ଏ ସପ୍ତାହର ପାଣିପାଗ

0

ପ୍ରତି ଶୁକ୍ରବାର କୃଷି ବିଜ୍ଞାନୀ ମୀରା ମହାନ୍ତି ଙ୍କ ଦ୍ଵାରା ପ୍ରକାଶିତ ହେବ – କୃଷି ପାଣିପାଗର ସ୍ଵତନ୍ତ୍ର ସ୍ତମ୍ଭ

nano urea

ଆଗାମୀ ୨୨ ରୁ ୨୩ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ସୃଷ୍ଟି ହେବାପରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଦେଇ ସ୍ଥଳ ଭାଗ ଅତିକ୍ରମ କରିବା ନେଇ ଅନୁମାନ କରାଯାଉଛି। ଆଗାମୀ ଦିନରେ ଏହାର ପ୍ରଭାବ ଓଡ଼ିଶାରେ ରହିବାର ସମ୍ଭାବନା ରହିଛି। ଆସନ୍ତା ୨୨ ରୁ ୨୪ ତାରିଖ ମଧ୍ୟରେ ଓଡ଼ିଶାରେ ବର୍ଷା ଜନିତ ପରିସ୍ଥିତି ସୃଷ୍ଟି ହୋଇପାରେ। ଯାହାଦ୍ୱାରା ଏହାର ବୃଦ୍ଧିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପରିସ୍ଥିତି ସୃଷ୍ଟି ହେବାର ଜଣାପଡିଛି। ଏହାର ପରବର୍ତ୍ତୀ ସମୟରେ ଲଘୁଚାପ ପ୍ରଭାବ ଧିରେ ଧିରେ କମିବାରେ ଲାଗିବ।

ଲଘୁଚାପର ପ୍ରଭାବ ହ୍ରାସ ହେଲେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୨ ତାରିଖ ସକାଳ ରୁ ୨୩ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ସମସ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ଲଘୁଚାପର ପ୍ରଭାବ ଅଧିକ ରହିବା ସହ ୨୩ ରୁ ୨୪ ତାରିଖ ସକାଳ ମଧ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ରହିବା ଅନୁମାନ କରାଯାଉଛି। ୨ ରୁ ୩ ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ତାତି ଦେଖିବାକୁ ମିଳିଥିଲା ଏବଂ ଆଜି କିଛି ଅଞ୍ଚଳରେ ସ୍ୱଳ୍ପ ପରିମାଣରେ ବର୍ଷା ମଧ୍ୟ ହେବାର ଦେଖିବାକୁ ମିଳିଛି। ଯାହାକି ଲଘୁଚାପର ପୂର୍ବାନୁମାନ ଦର୍ଶାଇ ଦେଇଛି।

Leave A Reply

Your email address will not be published.

two × one =