ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଚାଷର ପ୍ରାରମ୍ଭିକ ପର୍ଯ୍ୟାୟରେ ପଡିପାରେ ପ୍ରଭାବ

0

ପଶ୍ଚିମବଙ୍ଗ ଓ ପାଶ୍ୱର୍ବର୍ତ୍ତୀ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ବାୟୁମଣ୍ଡଳରେ ୭.୬କିମି ଉଚ୍ଚତା ଯାଏଁ ଲମ୍ୱିଛି। ସକ୍ରିୟ ମୌସୁମୀ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ତଥା ତତ ସଂଲଗ୍ନ ଜିଲ୍ଲା ମାନଙ୍କରେ କିଛି କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ସମ୍ଭାବନା। ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି।

nano urea

ସୁନ୍ଦରଗଡରୁ ବଲାଙ୍ଗୀର ପର୍ୟ୍ୟନ୍ତ ପଶ୍ଚିମ ଓଡ଼ିଶାରେ ସମୁଦାୟ ବର୍ଷା ୧୦୦ରୁ ୧୫୦ ମି.ମି ହେବାକୁ ଥିବାବେଳେ ସମ୍ବଲପୁରରେ ସବୁଠାରୁ ଅଧିକ ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, ବରଗଡ଼, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ ଓ ଝାରସୁଗୁଡ଼ାରେ ଅଧିକ ବର୍ଷା ହୋଇପାରେ। ଅନ୍ୟ ସମସ୍ତ ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା। ଆଗାମୀ ୭ ରୁ ୮ ଅଗଷ୍ଟରେ ମଧ୍ୟ ଉତ୍ତର ଓଡ଼ିଶାରେ ପ୍ରଭାବ ପଡ଼ିବାରେ ସମ୍ଭାବନା ରହିଛି ଏବଂ ୯ ଅଗଷ୍ଟ ପରେ ବର୍ଷାର ପରିମାଣ ଓ ବିସ୍ତୃତିରେ କମି ସମ୍ଭାବନା ରହିଛି।

Leave A Reply

Your email address will not be published.

fourteen − eight =