ପୁଷ୍ଟିଶସ୍ୟ ଏବଂ ଶ୍ରୀ ଅନ୍ନଭିତ୍ତିକ ଖାଦ୍ୟ ସାମଗ୍ରୀ ଯୋଗାଉଛି ଶ୍ରୀ ଅନ୍ନ ଅଭିଯାନ

0

ଦିନକୁ ଦିନ ବଢୁଛି ମାଣ୍ଡିଆ ଜାତୀୟ ଖାଦ୍ୟର ଚାହିଦା। ବନବାସୀଙ୍କ ପ୍ରିୟ ଖାଦ୍ୟ ମାଣ୍ଡିଆକୁ ଏବେ ଆଧୁନିକ ଯୁଗର ଲୋକେ ଆଦରି ନେଲେଣି। ତେବେ ମିଶନ ଶକ୍ତି ସହ ମିଲେଟ ମିଶନକୁ ଯୋଡ଼ି ସରକାର ସ୍ୱତନ୍ତ୍ର ଭାବେ ମିଲେଟ୍ ଶକ୍ତି ଗଠନ କରିଛନ୍ତି। ଏହି ମିଲେଟ୍ ଶକ୍ତି ଅଧିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମିଲେଟ୍ ଶକ୍ତି କାଫେ ଚଳାଇବାରେ ସକ୍ଷମ ହେଉଛନ୍ତି। ଭୁବନେଶ୍ୱର ପଟିଆସ୍ଥିତ Z1 ଆପାର୍ଟମେଣ୍ଟ ପରିସରରେ ଥିବା ଭିୱାଇଓଏମ୍ କନଭେନସନ କ୍ଳବରେ ଏକ ପ୍ରଦର୍ଶନୀରେ ମିଲେଟ୍ ଶକ୍ତି ଖାଦ୍ୟ ଷ୍ଟଲର ଆୟୋଜନ କରାଯାଇଛି । ଯେଉଁଥିରେ ପୁଷ୍ଟିଶସ୍ୟ ଏବଂ ଶ୍ରୀ ଅନ୍ନଭିତ୍ତିକ ଖାଦ୍ୟ ସାମଗ୍ରୀ କିଣିବା ପାଇଁ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି।

nano urea

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ସବୁ ଜିନିଷ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ମାଣ୍ଡିଆଜାତ ଜିନିଷର ଚାହିଦା ଅଧିକ ରହିଥିବାରୁ ଭଲ ବ୍ୟବସାୟ ମଧ୍ୟ ହେଉଛିା ମିଶନ ଶକ୍ତି ସମର୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଫେଡେରେଶନ ଏହାର ପରିଚାଳନା କରୁଛି। ଖାଦ୍ୟର ଏକ ବିକଳ୍ପ ଯୋଗାଇଦେବା ଲାଗି ଖାଦ୍ୟ ଷ୍ଟଲ୍ ରେ ମିଲେଟ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଯାଉଛି। ତେବେ ଖାଦ୍ୟର ଏହି ପୁରୁଣା ପରମ୍ପରାକୁ ଉଦ୍ଜିବିତ କରିବା ଲାଗି ଏସଏଚଜି ମାଧ୍ୟମରେ ମିଶନ ଶକ୍ତି ଏହି କାର୍ଯ୍ୟକ୍ରମ ହାତକୁ ନେଇଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Leave A Reply

Your email address will not be published.

5 + seventeen =