୨୦୨୪ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା

0

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନା ଯାହାକି ୨୦୧୬ ମସିହା ଖରିଫ ଋତୁରେ କାର୍ଯ୍ୟକାରୀ ହୋଇଥିଲା। ବିଜ୍ଞାପିତ ଅଞ୍ଚଳରେ ଚାଷ ହୋଇଥିବା ବିଭିନ୍ନ ଫସଲ ତଥା ଧାନ, ମକା, ମାଣ୍ଡିଆ, ହଳଦୀ, ଅଦା ଆଦି ପାଇଁ ଏହି ବୀମା କରାଯାଇପାରିବ।ରାଜ୍ୟରେ ଦେଖାଦେଉଥିବା ଅନେକ ପ୍ରାକୃତିକ ଦୁର୍ବିପାକ ଦ୍ଵାରା ଫସଲ ଅମଳରେ କ୍ଷତି ଘଟୁଛି, ତେଣୁ ଚାଷୀମାନେ ଏହି ଯୋଜନାରୁ କ୍ଷତିପୂରଣ ପାଇପାରିବେ। ସମସ୍ତ ଚଷିଭାଇମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ଜଣେ ଚାଷୀ ବିନା କୌଣସି ଦେୟରେ ୫ ଏକର ପର୍ଯ୍ୟନ୍ତ ଚାଷ ଜମି ପଞ୍ଜିକରଣ କରିପାରିବେ।

nano urea

ଭାଗ ଚାଷୀମାନେ ମଧ୍ୟ ଏହି ଯୋଜନାରୁ ବାଦ ପଡ଼ିବେ ନାହିଁ, କାରଣ ସେମାନେ ଜମି ମାଲିକଙ୍କ ସହମତିରେ ଏହି ଯୋଜନାରେ ସାମିଲ ହୋଇପାରିବେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଯୋଜନା ଏବଂ ଏଥିରେ ଚାଷୀଙ୍କ ଠାରୁ ରବି ଓ ଖରିଫ ଋତୁରେ ପ୍ରିମିଅମ ରାଶିର ଯଥାକ୍ରମେ ୧.୫ ଓ ୨% ଆଦାୟ କରାଯାଉଥିବା ବେଳେ ବ୍ୟାବସାୟିକ ଫସଲ ପାଇଁ ୫% ଆଦାୟ ହୋଇଥାଏ। ଅବଶିଷ୍ଟ ପ୍ରିମିଅମ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଧା ଅଧା ବହନ କରୁଥିବାରୁ ଏହା ଅତ୍ୟନ୍ତ ସବ୍‌ସିଡି ଆଧାରିତ ଯୋଜନା ଭାବେ ପରିଗଣିତ ହେଉଛି। ଓଡ଼ିଶାର ଚାଷୀମାନଙ୍କୁ ଠିକ୍ ସମୟରେ ଉଚିତ କ୍ଷତିପୂରଣ ପ୍ରଦାନ ଲାଗି ସରକାର ଏହି ଯୋଜନା ଆରମ୍ଭ କରିଥିଲେ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Leave A Reply

Your email address will not be published.

16 + seven =