ଜୀବନଧାରଣ ପାଇଁ ଜଳ ଅପରିହାର୍ଯ୍ୟ। ଆମ୍ଭେମାନେ ଆଗରୁ ଜାଣିଛେ ଯେ ଜୀବକୋଷର ଶତକଡ଼ା। ଯେକୌଣସି ରାଷ୍ଟ୍ରର ସମୃଦ୍ଧିପାଇଁ ତାହାର ଜଳ ସମ୍ପଦର ଅବଦାନ ଉଲେଖନୀୟ। କୃଷି, ଶିଳ୍ପ ଓ ଗମନାଗମନ ପାଇଁ ଭୂପୃଷ୍ଣ ଜଳ ସମ୍ପଦର ବହୁଳ ଆବଶ୍ୟକତା ଥିବାରୁ ସମସ୍ତ ସମୃଦ୍ଧିଶାଳୀ ରାଷ୍ଟ୍ର ସେମାନଙ୍କର ଜଳ ସମ୍ପଦର ସଂରକ୍ଷଣ ଓ ସୁପରିଚାଳନା କରି ଆସୁଛନ୍ତି। ବର୍ଷାଜଳ ସଂରକ୍ଷଣ ଏକ ଚିରପୋଷଣକ୍ଷମ ଅଭ୍ୟାସ ଅଟେ। ଏଥିରେ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ବର୍ଷାପାଣିକୁ ସଂଗ୍ରହ, ସଂରକ୍ଷଣ ଏବଂ ବ୍ୟବହାର କରାଯାଇଥାଏ। ଜଳସେଚନ, ଧୁଆଧୋଇ ଏବଂ ପାନୀୟ ଜଳ ଭଳି ବିଭିନ୍ନ ଉପଯୋଗ ପାଇଁ ବର୍ଷାପାଣିକୁ ସଂଗ୍ରହ ଓ ସଂରକ୍ଷଣ କରିବା ନିମନ୍ତେ ବର୍ଷାଜଳ ସଂରକ୍ଷଣ ପ୍ରଣାଳୀ ଏକ ଉତ୍ତମ ଉପାୟ ଅଟେ। ଉପଯୁକ୍ତ ପ୍ଲାନିଂ ଓ ସ୍ଥାପନ ସହିତ ବର୍ଷାଜଳ ସଂରକ୍ଷଣ ପ୍ରଣାଳୀ ଜଳାଭାବ ଓ ମରୁଡ଼ିର ଏକ ଫଳପ୍ରଦ ଓ ମୂଲ୍ୟବାନ ସମାଧାନ ହୋଇପାରିବ। ସମୁଦ୍ରର ଲୁଣିଆ ଜଳ ଖରା କାରଣରୁ ବାଷ୍ପୀଭୂତ ହୋଇ ମେଘରେ ପରିଣତ ହୁଏ ଏବଂ ପରେ ବର୍ଷା ଆକାରରେ ମଧୁର ଜଳ ଭାବେ ତଳେ ପଡ଼ିଥାଏ । ଏହି ବୃଷ୍ଟିପାତରେ ପଡ଼ୁଥିବା ଅଧିକାଂଶ ପାଣି ପୁଣିଥରେ ବହିଯାଇ ସମୁଦ୍ର ଓ ନାଳନର୍ଦ୍ଦମାରେ ମିଶିଯାଇଥାଏ । ପଡ଼ୁଥିବା ମଧୁର ପାଣିକୁ ଫଳପ୍ରଦ ଢଙ୍ଗରେ ସଦୁପଯୋଗ କରାଗଲେ ତାହାକୁ ବିଭିନ୍ନ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଇପାରିବ। ତେଣୁ, ସଂକ୍ଷେପରେ କହିଲେ, ବର୍ଷାପାଣିକୁ ବହିଯିବାକୁ ନ ଦେଇ ତାହାକୁ ସଂରକ୍ଷିତ କରାଯିବା ଉଚିତ୍। ବର୍ଷା ଜଳ ସଂରକ୍ଷଣ ପାଇଁ ଅନେକ ଆଗରୁ ଯୋଜନା ପରିଚାଳିତ ହେଉଛି। ଏହି ଯୋଜନା ପଞ୍ଚମ ପର୍ଯ୍ୟାୟରେ ପହଞ୍ଚିଛି, ଯାହାକି ଜଳ ସଂରକ୍ଷଣ କ୍ଷେତ୍ରରେ ନାରୀ ମାନଙ୍କୁ ଅଧିକ ଗୁରୁତ୍ଵ ଦିଆଯାଉଛି।
ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ