ବିନା ପ୍ରେସ୍‌କ୍ରିପ୍‌ସନ୍ ରେ କୀଟନାଶକ ବ୍ୟବହାର ମନା

0

ଚାଷରେ ମନଇଚ୍ଛା କୀଟନାଶକ ବ୍ୟବହାରରେ ଲାଗିବ କଟକଣା। କୃଷି ଏବଂ ଉଦ୍ୟାନ କୃଷିରେ ଅନ୍ୟୁନ ସ୍ନାତକ ଯୋଗ୍ୟତାପ୍ରାପ୍ତ କୃଷି ଅଧିକାରୀଙ୍କ ପ୍ରେସ୍‌କ୍ରିପ୍‌ସନ୍ ବିନା କୀଟନାଶକର କ୍ରୟ-ବିକ୍ରୟ ହୋଇପାରିବନାହିଁ । ଯେଉଁ କୀଟନାଶକ ଦୋକାନ କିମ୍ବା ଡିଲରମାନେ ଏହାର ଉଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଏଥିପାଇଁ ଆବଶ୍ୟକ ନିର୍ଦେଶ ସମସ୍ତ ଜିଲ୍ଲାର କୃଷି ଉପନିର୍ଦେଶକ ଏବଂ କୃଷି ଅଧିକାରୀଙ୍କୁ ଦିଆଯାଇଛି।

nano urea

ଦେଶର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ପ୍ରସ୍ତୁତ କରିଛି ସ୍ବତନ୍ତ୍ର କୀଟନାଶକ ନୀତି। ରାଜ୍ୟ କୃଷି ଯୁଗ୍ମନିର୍ଦେଶକ ତଥା ଶସ୍ୟ ସୁରକ୍ଷା ନିର୍ଦେଶକ ପ୍ରଫୁଲ୍ଲ ସେଠୀ ସରକାରଙ୍କ ଏହି ନୂଆ ନୀତି ସଂପର୍କରେ ସୂଚନା ଦେଇଛନ୍ତି।କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଓଡ଼ିଶାରେ ହେକ୍ଟର ପିଛା ୦.୧୫ କେଜି ଏବଂ ଭାରତରେ ୦.୨୯ କେଜି କୀଟନାଶକର ବ୍ୟବହାର ହୁଏ । ଏଥିରେ ଦେଶରେ ଓଡ଼ିଶାର ସ୍ଥାନ ଦଶମ । ପଞ୍ଜାବରେ ୦.୭୪ କେଜି, ହରିୟାଣାରେ ୦.୬୨, ମହାରାଷ୍ଟ୍ରରେ ୦.୫୭, କେରଳରେ ୦.୪୧ କେଜି, ଉତ୍ତରପ୍ରଦେଶରେ ୦.୩୯ କେଜିର ବ୍ୟବହାର ହେଉଛି। ରାଜ୍ୟ କୃଷି ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ବାର୍ଷିକ ୧୧୫୮ ମେଟ୍ରିକ ଟନ୍‌ରୁ ଉର୍ଦ୍ଧ କୀଟନାଶକ ର ଖର୍ଚ୍ଚ ହୁଏ। ସର୍ବାଧିକ ବ୍ୟବହାରକାରୀ ଜିଲ୍ଲା ମଧ୍ୟରେ ବରଗଡ଼, ଗଞ୍ଜାମ, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ଵର ଏବଂ କଟକ ରହିଛି।

ଫସଲରେ ରସାୟନିକ କୀଟନାଶକ ଏବଂ ସାରର ମାତ୍ରାଧିକ ବ୍ୟବହାର ଦେଶ ବ୍ୟାପୀ ଚିନ୍ତାର କାରଣ ହୋଇଛି। ରାଜ୍ୟରେ ଧାନ, କପା, ପରିବା, ଚିନାବାଦାମ ଏବଂ ଡାଲିଜାତୀୟରେ ମଧ୍ୟ ଏହାର ବ୍ୟବହାର ବଢିବାରେ ଲାଗିଛି। ଏଥିଯୋଗୁଁ ଉତ୍ପାଦନର ଗୁଣାତ୍ମକମାନ ପ୍ରଭାବିତ ହେବା ସହିତ ଉପଭୋକ୍ତାଙ୍କ ସ୍ଵାସ୍ଥ୍ୟ ପ୍ରଭାବିତ ହେଉଛି । କିନ୍ତୁ ଏଥିଯୋଗୁଁ ଚାଷୀମାନେ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ଶସ୍ୟ ସୁରକ୍ଷାର ଯୁଗ୍ମ ନିର୍ଦେଶକ ରୂପକ ମହାଲିଙ୍ଗ କହିଛନ୍ତି, ରୋଗ ଏବଂ ପୋକ ପାଇଁ ତୃଣନାଶକ, ଫିମ୍ପିନାଶକ, ଜୈବକୀଟନାଶକର ସିଞ୍ଚନ ହୁଏ । ଅନେକ ସମୟରେ ଚାଷୀ ଜାଣିନପାରି ଭୁଲ କୀଟନାଶକ ବ୍ୟବହାର କରି ଖର୍ଜାନ୍ତ ହୁଅନ୍ତି ଓ ଫସଲ ମଧ୍ୟ ନଷ୍ଟ ହୁଏ । ସମ୍ବଲପୁର ଏବଂ ଗଞ୍ଜାମରେ ଏଭଳି କାରଣରୁ ଫସଲ ଜଳିଯାଇଥିବା ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି। ଗୋଟିଏ ପ୍ରକାର ସମସ୍ୟାରୁ ମୁକ୍ତି ପାଇଁ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କୀଟନାଶକ କମ୍ପାନିମାନେ ଚାଷୀମାନଙ୍କୁ ଆକୃଷ୍ଟ କରିବା ପାଇଁ ମାତ୍ରାଧିକ କୀଟନାଶକ କ୍ରୟ ପାଇଁ ପ୍ରଲୋଭିତ କରିଥାଆନ୍ତି । ଏଥିଯୋଗୁଁ ଅନେକ ଚାଷୀଙ୍କ ଘରେ କାଟନାଶକ ଏବଂ ତୃଣନାଶକ ଉପଲବ୍ଧ ରହିଥାଏ , ଯାହା କୃଷକ ଓ ଚାଷ ପାଇଁ ସମସ୍ୟା ର କଥା ହୋଇଥାଏ ।

Leave A Reply

Your email address will not be published.

five × 3 =