ମତ୍ସ୍ୟ, ମତ୍ସ୍ୟବିଜ୍ଞାନ, ମତ୍ସ୍ୟ ପାଳନ କିମ୍ବା ମତ୍ସ୍ୟ ଗବେଷଣା ଆଦି ଶବ୍ଦ ଯେତେବେଳେ ପର୍ଯ୍ୟାଲୋଚନାର ପରିସର ଭୁକ୍ତ ହୁଏ , ସେତେବେଳେ ଆମମାନଙ୍କ ମନରେ କେବଳ ବିବିଧତା , ପୋଷଣତତ୍ତ୍ଵ, କୃଷି ତଥା ଆର୍ଥିକ କିମ୍ବା ସାମାଜିକ ଅଭିବୃଦ୍ଧି ଆଦିର ଭବନା ଆସିଥାଏ । କିନ୍ତୁ ଆମେ ମାନେ କଣ କେବେ ଥରେ ଭାବି ଦେଖିଛେ କି ଏହା ଏକ କେତେବଡ ଯାତ୍ରା ! କେବେ ଭାବିକି ଦେଖିଛେ କି ଏହାର ଅଗ୍ରଗତି ର ଅନୁପାତ କେତେ ବଡ଼ ! କେବେ ଅନୁମାନ କରିଛେ କି ଏହାର ବିକାଶର ଗତି କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି !ଇତିହାସ ର କିଛି ଫର୍ଦ୍ଦ କହେ , ପ୍ରସ୍ତର ଯୁଗରେ ନିଜର ପେଟ ପାଇଁ ପଥର ମୁନରେ ସେଇ ନିଣ୍ଡରଥାଲ ମାନବର ମତ୍ସ୍ୟ ଶିକାର, ଆଉ ଆଜି ଇଣ୍ଟର୍ନେଟ୍ ର ୱେବପେଜ୍ କହେ ପାନୀୟ ଜଳର ଅଭାବ ଥିବା ରାଷ୍ଟ୍ର ରେ ବି ମତ୍ସ୍ୟବିଜ୍ଞାନ ଏବଂ ମତ୍ସ୍ୟକୃଷିର ନୂତନ ସଫଳତାର ପଦକ୍ଷେପ ।
ଏହା ଏକ ସାମାନ୍ୟ ପ୍ରତିଫଳନ ମାତ୍ର ଏହା ଏକ ଅବର୍ଣ୍ଣନୀୟ ସ୍ଥୂଳ ଯାତ୍ରାର ଅବର୍ଣ୍ଣନୀୟ କାହାଣୀ।ଏହାର ଅର୍ଥ କଣ ! ଏହାର ଅର୍ଥର ଦର୍ଶନ କଣ ! ଦର୍ଶନତତ୍ଵ କହିବାକୁ ଗଲେ , ପ୍ରକୃତି କିମ୍ବା ବିଜ୍ଞାନ ହେଉଛି ପ୍ରକୃତ ଦୁରଦ୍ରଷ୍ଟା। ମାନବ କିମ୍ବା ପ୍ରାଣୀ ସମାଜର ବିବିଧତା , ସ୍ଥିରତା , ପୋଷଣ , ଅଗ୍ରଗତି , ଉନ୍ନତି ଆଦି ପାଇଁ ମତ୍ସ୍ୟ ତଥା ଜଳଜୀବ ପାଳନ ଏବଂ ଏହାର ବିଜ୍ଞାନ କୁ ସମୟଚକ୍ର ଅନୁସାରେ ଗୁରୁତ୍ଵ ଏବଂ ଅଗ୍ରାଧିକାର ଦେବା ପ୍ରକୃତି ର ଲକ୍ଷ୍ୟ ।
କହିବାକୁ ଗଲେ ଏହା ଏକ ବିପ୍ଳବର ରୂପ ନେଇ ସଫଳତାର ସହ ଆଜିର ଆଧୁନିକ ଦୁନିଆରେ ଏକ ମହତ୍ତ୍ଵକାଂକ୍ଷା ହୋଇ ଅଗ୍ରସର ହେଉଅଛି ।ଉକ୍ତ ବିପ୍ଳବର ଭାଗୀଦାର ହେବାପାଇଁ ଲେଖକ ଆଜି ଯୁବସମାଜ କୁ ଆହ୍ଵାନ କରୁଛନ୍ତି ଏବଂ ଏହି ଆହ୍ବାନର ଶବ୍ଦଗୁଚ୍ଛ ହେଉଛି :- ମତ୍ସ୍ୟବିଜ୍ଞାନରେ ସ୍ନାତକ ପାଠ୍ୟକ୍ରମ ର ସଫଳ ସମାପ୍ତି ପରେ କଣ ଚାକିରି ଅନିର୍ବାର୍ଯ୍ୟ ? କଣ ସରକାରୀ ସେବା ହିଁ ପ୍ରକୃତ ଜ୍ଞାନର ପ୍ରମାଣ ? କେନ୍ଦ୍ରୀୟ ସଂସ୍ଥାନରେ ଗବେଷଣା କଣ ପ୍ରକୃତ ଅଗ୍ରଗତି ଆଣିପାରିବ ନା ଆଜି ଯାଏ ଆଣିପରିଛି ? ନା ସବୁକିଛି ଭୁଲିଯାଇ କେବଳ ସ୍ନାତକ ପରିଚୟ କୁ ବ୍ୟବହାର କରିବା ଯଥାର୍ଥ ?
ମୋର ମତ୍ସ୍ୟ ବିଜ୍ଞାନୀ ସ୍ନାତକ ଭାଇ ଓ ଭଉଣୀ ମାନଙ୍କୁ ଜଣାଇବାକୁ ଚାହୁଁଛି ଯେ, ମାନ , ସମ୍ମାନ, ଅର୍ଥ , ଯଶ, କ୍ଷାତି, ଉଦର ଏ ସବୁର ପରିପୂର୍ଣ୍ଣତା ପାଇଁ ଉତ୍ସର ଅଭାବ ନାହିଁ କିନ୍ତୁ ବିଜ୍ଞାନ ସବୁବେଳେ ସେବା ଓ ଉନ୍ନତି ପାଇଁ ଉଦ୍ଦିଷ୍ଟ । ଏବଂ ମତ୍ସ୍ୟ ବିଜ୍ଞାନ ପରି ଉଦୀୟମାନ ବିଜ୍ଞାନ ଏବଂ ଅର୍ଥ ଅଭିବୃଦ୍ଧି ର ମାଧ୍ୟମ ସଦା ସର୍ବଦା ଆପଣଙ୍କୁ ପ୍ରେରିତ କରେ ଯେ, ” ମୁଁ ସଫଳ , କେବଳ ଅଗ୍ରଗତି ମୋର ଲକ୍ଷ୍ୟ , ମାଧ୍ୟମ ଚୟନ ମୋର ଅଧିକାର ।” – ଓଡ଼ିଶା ମତ୍ସ୍ୟ ବିଭାଗ ର ରାଜ୍ୟ ପ୍ରକଳ୍ପ ମୁଖ୍ୟ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ପ୍ରଧାନମନ୍ତ୍ରୀ ମତ୍ସ୍ୟ ପ୍ରକଳ୍ପ ଯୋଜନା ମାଧ୍ୟମରେ ଆନ୍ତର୍ଜାତୀୟ ମତ୍ସ୍ୟ ଦିବସ ଅବସରରେ ନିଜର ଏହି ବାର୍ତ୍ତା ପ୍ରଦାନ କରିଛନ୍ତି ।