ମାଣ୍ଡିଆରୁ ପ୍ରସ୍ତୁତ ହେଲା ୩୨ ପ୍ରକାରର ନିଆରା ବ୍ୟଞ୍ଜନ

0

ମାଣ୍ଡିଆକୁ ନେଇ ଏବେ ସବୁଠି ଚର୍ଚ୍ଚା। ରାଜ୍ୟରେ ମାଣ୍ଡିଆ କୁ ନେଇ ସଭିଙ୍କ ମନରେ ଏକ ନିଆରା ଉତ୍କଣ୍ଠା। ସମସ୍ତଙ୍କ ଘରେ ଘରେ ଏବେ ମାଣ୍ଡିଆ ରୁ ପ୍ରସ୍ତୁତ ଖାଦ୍ୟ ଦେଖିବାକୁ ମିଳୁଛି। ତେବେ ଏହି ଉପକ୍ରମରେ ଦେବଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ବ୍ୟଞ୍ଜନ ପ୍ରତିଯୋଗିତାରେ ପାଖାପାଖି ୩୨ ପ୍ରକାରର ମାଣ୍ଡିଆ ରୁ ପ୍ରସ୍ତୁତ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା।

nano urea

ଏହି ସମାରୋହ ରେ ଓରମାସ୍ ସିଇଓ ସୁବଳ କୁମାର ଜେନାମଣି, ମିଶନ ଶକ୍ତିର ଡିପିଏମ ତଥା ଡିପିସି ସ୍ମରଣିକା ମହାପାତ୍ର, ଦେଓଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ବିଜୟଲକ୍ଷ୍ମୀ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ମଣ୍ଡଳ , ଓଡ଼ିଶା ମିଲେଟ ମିଶନ ର ଜିଲ୍ଲା ପ୍ରକଳ୍ପ ମୁଖ୍ୟ ସାରଦା ପ୍ରସାଦ ପାହାଡ ସିଂହ ଓ ରୀନାରାଣୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ମାଣ୍ଡିଆ ରୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିବା ସହ ଏହାର ପ୍ରଚାର ପ୍ରସାର ଦିଗରେ ଅନ୍ୟ ମାନଙ୍କୁ ସଚେତନ କରାଯାଇଥିଲା। ମାଣ୍ଡିଆ ରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରିବା ସହ ଏଗୁଡ଼ିକ ଆମ ଶରୀରରେ କରୁଥିବା ଉପକାରିତା ବିଷୟରେ ଆଲୋଚନା କରିଥିଲେ।

Leave A Reply

Your email address will not be published.

1 × 5 =