ବିଶ୍ୱ ଶୁଣିବ ଓଡ଼ିଆ ଆଦିବାସୀଙ୍କ ମିଲେଟ ଗାଥା

0

ସାରା ଦେଶ ଆଜି ଆନ୍ତର୍ଜାତିକ ମିଲେଟ ବର୍ଷ ପାଳୁଛି । ପଲ୍ଲୀ ଠୁ ପାର୍ଲାମେଣ୍ଟ ଯାଏଁ ଆଜି ମିଲେଟର ବାସ । ଗାଁ ଠୁ ସହର ମାଣ୍ଡିଆ ପାଇଁ ଉତ୍କଣ୍ଠା ଆଉ ଉଲ୍ଲାସ । ସବୁରି ଘରେ ଆଜି ମାଣ୍ଡିଆ ପାଇଁ ଅହେତୁକ ଆକର୍ଷଣ । ତେବେ ଏହି ଉପକ୍ରମରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ସେପ୍ଟେମ୍ବର ୯-୧୦ରେ ଜି-୨୦ ସମ୍ମିଳନୀରେ ଓଡ଼ିଶାର ଦୁଇଜଣ ଆଦିବାସୀ ମହିଳା ଅଂଶଗ୍ରହଣ କରିବେ । ସାରା ବିଶ୍ୱ ଶୁଣିବ ଓଡ଼ିଆ ଆଦିବାସୀଙ୍କ ମିଲେଟ ଗାଥା । ମାଣ୍ଡିଆର ଭୂ ପ୍ରଜାତି ସଂଗ୍ରହ ତଥା ରକ୍ଷଣାବେକ୍ଷଣ ରେ ଆଦିବାସୀ ଜନଜାତିଙ୍କ ଭୂମିକା ଅତୁଳନୀୟ ।
କେରାପୁଟ ଜିଲ୍ଲାର ରାଇମତି ଘିଉରିଆ ଓ ମୟୂରଭଂଜ ଜିଲ୍ଲାର ସୁବସା ମହାନ୍ତ ଏହି ସମ୍ମିଳନୀରେ ଅଂଶଗ୍ରହଣ କରି ସାରା ବିଶ୍ୱକୁ ଓଡ଼ିଶା ମିଲେଟ ମିଶନ ଓ ମିଶନ ଶକ୍ତିର ଅନୁଭୂତି ବଖାଣିବେ । ଓଡ଼ିଶାର ମିଲେଟର ସଫଳ ଯାତ୍ରା ଏବଂ ଆଦିବାସୀ ମାନଙ୍କୁୁ ସଶକ୍ତ କରିବା ତଥା ମାଣ୍ଡିଆ ଚାଷରେ ଉପଯୋଗ କରାଯାଉଥିବା ନୂଆ ବୈଜ୍ଞାନିକ ଜ୍ଞାନ କୋ÷ଶଳ ଦିଗରେ ମିଲେଟର ଭୂମିକା ସମ୍ପର୍କରେ ଆଲୋଚନା କରିବେ। ରାଇମତି ମିଲେଟର ପ୍ରସ୍ତୁତି ଓ ସୁବସା ମାଣ୍ଡିଆ ଚାଷ ଉପରେ ମତ ରଖିବେ ।

nano urea

ଉଭୟ ଜି-୨୦ ରେ ଭାଗ ନେଉଥିବାରୁ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସାରା ବିଶ୍ୱର ବଡ଼ ବଡ଼ ନେତୃତ୍ୱ ମାନଙ୍କ ଆଗରେ ମିଲେଟର ସଫଳତାର କଥା କହିବା ପାଇଁ ସୁଯୋଗ ମିଳିଥିବାରୁ ସେମାନେ ନିଜକୁ ଗର୍ବିତ ମନେ କରୁଛନ୍ତି ବୋଲି କହିଛନ୍ତି ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ ଜି-୨୦ ସମ୍ମିଳନୀରେ ଭାଗ ନେଉଥିବା ଦୁଇଜଣ ଆଦିବାସୀ ମହିଳା ସାରା ଓଡ଼ିଶା ପାଇଁ ଏହା ଏକ ଗର୍ବର ବିଷୟ । ଓଡ଼ିଶା ମିଲେଟ ମିଶନ ରାଜ୍ୟର କୃଷକ ମାନଙ୍କର ଅର୍ଥନୈତିକ ବିକାଶରେ ଅଗ୍ରଣୀ ଭୂମିକା ନିଭାଉଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.

three × 2 =