ରାଜଧାନୀ ଭୁବନେଶ୍ବରର ୭୬ ତମ ପ୍ରତିଷ୍ଠା ଦିବସ

ଐତିହ୍ୟ ଓ କୀର୍ତ୍ତିରାଜିର ସହର ତଥା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ଆଜି ୭୬ ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି। ସେବେଠାରୁ ପ୍ରତିବର୍ଷ ଆଜିର ଦିନକୁ ରାଜଧାନୀ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ରାଜଧାନୀର ଶୁଭ ଦିଆଯାଇଥିଲା। ସମୟ ସହିତ ତାଳ ଦେଇ ଭୁବନେଶ୍ବରର ବୃଦ୍ଧି ପାଇଛି କଳେବର। ବିକାଶ ଧାରାରେ ସାମିଲ ହୋଇ ଦେଶର ୧ ନମ୍ବର ସ୍ମାର୍ଟସିଟିର ମଧ୍ୟ ମାନ୍ୟତା ହାସଲ କରିଛି ରାଜଧାନୀ ଭୁବନେଶ୍ବର। ଚାଲିଚଳନରେ ପରିବର୍ତ୍ତନ ସହ ଜନସଂଖ୍ୟା ୧୫ ହଜାରରୁ ୧୫ ଲକ୍ଷରେ ପହଞ୍ଚିଛି।

୧୯୪୮ ମସିହାରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଭାବେ ସ୍ଥାପିତ ହୋଇଥିଲା। ଏହି ସହର ପାଖାପାଖି ଦୁଇ ହଜାର ବର୍ଷର ପୁରୁଣା ବୋଲି କୁହାଯାଏ। ଭୁବନେଶ୍ୱର ମନ୍ଦିରମାଳିନୀ ସହର ଭାବେ ଜଣାଶୁଣା। ଯାହା ଇତିହାସ ପୃଷ୍ଠାରେ ଏକାମ୍ର ନାମରେ ମଧ୍ୟ ଜଣାଶୁଣା। ୧୯୯୦ ମସିହା ପରେ ରାଜଧାନୀ ଭାବେ ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ ହୋଇଥିଲା ଭୁବନେଶ୍ୱର। ଏବେ ସହରରେ ରୂପରେଖ ବଦଳି ଯାଇଛି। ଦେଶର କୋଣ ଅନୁକୋଣରୁ ଭୁବନେଶ୍ୱର ସହର ସଡ଼କ, ରେଳ, ଆକାଶ ପଥ ଯୋଗ ଯୋଡ଼ିହୋଇଛି। ପ୍ରାୟ ୪୨୨ ବର୍ଗ କିଲୋମିଟର ପରିମିତ ସହରରେ ବିଧାନସଭା, ସଚିବାଳୟ ଠାରୁ ଆରମ୍ଭ କରି ଉଭୟ କେନ୍ଦ୍ର-ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×