୭୦ତମ ନିଖିଳ ଭାରତ ସମବାୟ ସପ୍ତାହ

ଓଡ଼ିଶାରେ ସମବାୟର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି । ‘୫ଟି’ ଉପକ୍ରମରେ କୃଷକକୈନ୍ଦ୍ରିକ ଆର୍ଥିକ ସଂସ୍ଥାଗୁଡ଼ିକର କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ ପାକ୍ସ ଓ ଲାମ୍ପସ୍‌ଗୁଡ଼ିକରେ କମ୍ପ୍ୟୁଟରୀକରଣ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ବୋଲି ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା ଜଣାଇଛନ୍ତି । ସମ୍ମାନିତ ଅତିଥି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କ ମତରେ କୃଷକ, ବୁଣାକାର, କ୍ଷୁଦ୍ର ବ୍ୟବସାୟୀ ଓ ଆର୍ଥିକ ଅନଗ୍ରସର ଶ୍ରେଣୀ ଲୋକଙ୍କ ବିକାଶ ପାଇଁ ରାଜ୍ୟ ସମବାୟ ବିଭାଗ କାର୍ଯ୍ୟ କରୁଛି।

ନିଜସ୍ୱ ଜମି ଥିବା ପାକ୍ସ ଓ ଲାମ୍ପସ୍‌ଗୁଡ଼ିକର ଭିତ୍ତିଭୂମି ଉନ୍ନତି ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ସମବାୟ ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଟି ପ୍ରସାଦରାଓ ଦୋରା, ରାଜ୍ୟ ସମବାୟ ୟୁନିୟନର ସଭାପତି ସୁଶ୍ରୀ ପ୍ରବାସିନୀ ଷଡ଼ଙ୍ଗୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି କେନ୍ଦ୍ରାପଡ଼ା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କର ସିଇଓ ଭାଗ୍ୟଲକ୍ଷ୍ମୀ ପଣ୍ଡା ପୁରସ୍କୃତ ହୋଇଛନ୍ତି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×