କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ୧୦୦ ଦିନର ବିକାଶ

କେନ୍ଦ୍ର ସରକାରଙ୍କ ତୃତୀୟ ପିଢ଼ି ଏବଂ ଓଡ଼ିଶା ସରକାରଙ୍କ ୧୦୦ ଦିନ ମଧ୍ୟରେ ନିଜର ସଂକଳ୍ପ ପୁରା କରିବାରେ ଲାଗିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଅନେକ ଯୋଜନା ପ୍ରଣୟନ କରାଯାଇଛି। ଏହା ସହ ବାସୁମତି ଚାଉଳର ସର୍ବନିମ୍ନ ରପ୍ତାନୀ ମୂଲ୍ୟକୁ ହଟାଇ ଦିଆଯାଇଛି। ପିଆଜ ଉପରେ ରପ୍ତାନୀ ଶୁଳ୍କ ୪୦ ରୁ ୨୦ ପ୍ରତିଶତକୁ କମାଇ ଦିଆଯାଇଛି। ଖରିଫ ଫସଲର ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରାଯାଇଛି। ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବାର ମାତ୍ର ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି।

ରାଜ୍ୟରେ ଚାଷୀମାନଙ୍କ ପାଇଁ ଲାଗୁ ହେବ ଯୋଜନା ସିଏମ୍‌ କିଷାନ। ପିଏମ କିଷାନ ଢାଞ୍ଚାରେ ଆରମ୍ଭ ହେବ ସିଏମ କିଷାନ ଯୋଜନା। ସିଏମ୍‌ କିଷାନ ଯୋଜନା ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି। ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଘୋଷଣା କରାଯାଇଛି । ସେହିପରି ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ। ଏହି ଯୋଜନା ମାଧ୍ୟମରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବା ସହ ଧାର୍ଯ୍ୟ ଏମ୍‌ଏସ୍‌ପି ଠାରୁ ୮ଶହ ଟଙ୍କା ଅଧିକ ବୋନସ ଆକାରରେ ଦିଆଯିବ। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ସହ ଗୋପାଳନକାରୀଙ୍କ ଆୟ ବୃଦ୍ଧି ନିମନ୍ତେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ କାର୍ଯ୍ୟକାରୀ ସହ ୫ବର୍ଷ ମଧ୍ୟରେ ଏହି ଯୋଜନାରେ ୧୪୨୩.୪୭କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×