ଶସ୍ୟ ସଂରକ୍ଷଣ

0

ଫସଲରେ ତମ୍ବାଖୁ ସଁବାଳୁଆ ର ସୁରକ୍ଷାତ୍ମକ ପ୍ରତିକାର

ଏହି ସଁବାଳୁଆ ଟି ତମ୍ବାଖୁ, କପା, ସୋୟବିନ, ବିଟ, ପତ୍ରକୋବି ଏବଂ ଡାଲି ଜାତୀୟ ଫସଲ ର ଏକ ମୁଖ୍ୟ ଶତ୍ରୁକୀଟ I ବୟସ୍କ ପ୍ରଜାପତି ଟି ଧୂସର ରଙ୍ଗର ହେଇଥାଏ ଏବଂ ଏହାର ଆଗ ଡେଣାରେ ଧଳା ରଙ୍ଗର ଗାର ପଡିଥାଏ I ପୁର୍ଣ ବିକଶିତ ମାଈ ପୋକ ଟି ଶହଶହସଂଖ୍ୟା ରେ ମେଞ୍ଚା ମେଞ୍ଚା କରି ପତ୍ର ର ଉପର ଭାଗ ରେ ଅଣ୍ଡା ଦେଇଥାଏ । ଅଣ୍ଡାରୁ ଫୁଟିଥିବା ଲାର୍ଭା ମାନେ ସାମୁହିକ ଭାବେ ପତ୍ର ଗୁଡିକୁ ରାମ୍ପି ରାମ୍ପି ଖାଇଥାନ୍ତି । ବୟସ୍କ ଲାର୍ଭା ମାନେ ଦିନରେ ଗଛ ମୂଳରେ ଓ ମାଟି ଭିତରେ ଲୁଚି ରହିଥାନ୍ତି ଏବଂ ରାତି ହେଲେ ଗୋଟେ ଜମି ରୁ ଅନ୍ୟ ଏକ ଜମି କୁ ମାଡି ଯାଆନ୍ତି ଆଉ ଗଛ ର ପତ୍ର ସବୁ କାଟି ଖାଇଥାନ୍ତି । ବେଶୀ ସଂଖ୍ୟାରେ ଆକ୍ରମଣ ହେଲେ ଗଛର ଶିରା ଓ ଡାଙ୍ଗ ଛଡା ଆଉ କିଛି ରୁହେ ନାହିଁ । କମ ଆଦ୍ରତା ଓ ଉଚ୍ଚ ତାପମାତ୍ରା ପୋକ ର ପ୍ରଜନନ କ୍ଷମତାକୁ କମାଇଦିଏ ଏବଂ ଜୀବନଚକ୍ରକୁ ବଢାଇଥାଏ ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ହେଇଥାଏ ।

nano urea

ପରିଚାଳନା
ଶୀଘ୍ର ଗଛ ଲଗାନ୍ତୁ ।
ସହମଶୀଳ କିସମର ବିହନ ଲଗାନ୍ତୁ ।
ଯନ୍ତାଫସଲ ଯଥା – ସୂର୍ଯ୍ୟମୁଖୀ, ଜଡ଼ା ଏବଂ ସାରୁ ଜମି ର ଚାରିପଟେ କିମ୍ବା ମୁଖ୍ୟଫସଲର ମଝିରେ ଲଗାନ୍ତୁ ।
ଜମି ଚାରିପାର୍ଶ୍ୱରେ ପୋକନ୍ତୁ ଘଉଡ଼ାଉଥିବା ଗଛ ଯେପରିକି ତୁଳସୀ, ଗେଣ୍ଡୁ ଇତ୍ୟାଦି ଲଗାନ୍ତୁ ।
ଜମି ରେ ପକ୍ଷୀ ବସିବାପାଇଁ ଖୁଣ୍ଟ ଲଗାନ୍ତୁ କିମ୍ବା ଆଶ୍ରୟସ୍ଥଳ ତିଆରି କରନ୍ତୁ ।
ପ୍ରଜାପତି କୁ ଆକର୍ଷଣ କରିବା ପାଇଁ ଆଲୋକ ଯନ୍ତା କିମ୍ବା ଫେରୋମନ ଯନ୍ତା ଲଗାନ୍ତୁ ।
ବିହନ ବୁଣିବାର ୧୫ – ୨୦ ଦିନ ପରେ ଅନାବନା ଘାସ ବାଛନ୍ତୁ ।
ଫସଲ ଲଗାଇବା ପୂର୍ବରୁ ଗଭୀର ଖରଟିଆ ଚାଷ କରନ୍ତୁ ।
ଯୁବ ଲାର୍ଭାକୁ ନିୟନ୍ତ୍ରଣ କରିବା ପାଇଁ କ୍ଲୋରୋପାଇରିଫସ ୨.୫ ମି. ଲି କୁ ୧ ଲି ପାଣି ରେ ମିଶେଇ ସ୍ପ୍ରେ କରନ୍ତୁ ।
ନିମ୍ବତେଲ ୫ ମି.ଲି କୁ ୧ ଲି ପାଣି ରେ ମିଶେଇ ଗଛ ଉପରେ ସିଞ୍ଚନ କଲେ ପୋକ ଟି ଗଛକୁ ଖାଇ ନଥାଏ ଏବଂ ଅଣ୍ଡା ଗୁଡିକରୁ ଲାର୍ଭା ମାନେ ଫୁଟି ନଥାନ୍ତି ।

ରୁଦ୍ର ପ୍ରତାପ ସୁବୁଦ୍ଧି , ରାୟଗଡ଼ା

Leave A Reply

Your email address will not be published.

13 − five =