କୃଷକ

ହଉ ସେ ବିଜ୍ଞାନର ଅଗ୍ରଗତି
କି ହଉ ଅବା ଆଧୁନିକତାର ଶୋଭା ଯାତ୍ରା..

ସିନେମା ପରଦା ର ଚାକଚକ୍ୟ
କି ଚନ୍ଦ୍ରଯାନ ର ସଫଳତା..

ବିଜେପି ହଉ କି ହଉ କଂଗ୍ରେସ
ହଉ ସେ ହିନ୍ଦୁ ଆଉ ମୁସଲମାନର ଶୀତଳ ଯୁଧ୍ୟ
କି ହଉ ସମ୍ବିଧାନର ଖଣ୍ଡ ତିନିଶହ ସତୁରି

ସେ ଅଜ୍ଞାନୀ ଏଇ ସବୁ କିଛି ଜାଣେନା..

ଆଣ୍ଠୁ ଲୁଚୁ ନଥିବା ଧୋତି ଖଣ୍ଡେ
କାନ୍ଧ ଗାମୁଛା ଟା ଭିଡା ହୁଏ ଅଂଟାରେ..
ସାଥି ତାର କୋଦାଳ ଆଉ ଶାବଳ
କେବେ ହୁଏ ରୁଆ ତ କେବେ ଅମଳ..
କେବେ କେବେ ସରକାରୀ ପାଣି ତ
କେବେ କେବେ ମୋଉସୁମି ର ଅପେକ୍ଷା
ପାଳଭୁତ ତାର ଏକ ସୁନ୍ଦର ସର୍ଜନା
କର୍ମ ଯାର ଫସଲ ରକ୍ଷା..

ଯୁଗ ପୁରୁଣା ମନ୍ଦିର ପ୍ରାଚୀର ପରି ବର୍ଷା ମାଡ ଖାଉଥାଏ..
ତ କେବେ ଉପରକୁ ଆଁ କରି ଖରା ତକ ଖାଇଦିଏ..
ସାଉଁଟି ହୁଏ ସେଇ କାଦୁଅ ପଙ୍କ ରେ.
ପୁଣି କେବେ ରକତ ଖାଇଯାଏ ଜୋକ..

ତାର ଫଟା କର୍କଶ ପାଦ କି ହଉ ତା ଶ୍ରମ ଝାଳ
ସ୍ପରଶ ରେ ଜାର ମରୁ ନଈ ରେ ବି ଉଠେ ସବୁଜିମା ର ଢେଉ..
ଚାଲିଥାଏ ବାଳୁଙ୍ଗା ବଛା
ପୁଣି ସୁରୁଜ ଆସି ମୁଣ୍ଡରେ ବସଇ.
ସେ ଆଉ ତା କ୍ଲାନ୍ତ ଶରୀର
ପଖାଳ କଂସା ଆଉ ପାନ ବରଜ ଛାଇ..
ଲାଗେ ସରଗ ଖୁସି..

ଛାଇ ଲେଉଟାଣି ଗୋଧୂଳି ବେଳ
ହାଡ ଦିଶୁଥିବା ସେଇ କ୍ଲାନ୍ତ କାନ୍ଧରେ ଲଙ୍ଗଳ ଥୋଇ
ସେ ଘର ଫେରନ୍ତା..

ଛୁଆ ପଲ୍ହଃଙ୍କ ପାଟି ତୁଣ୍ଡ
ତ୍ରିନାଥ ପୀଠର ଘଣ୍ଟ ମୃଦଙ୍ଗ ରେ କମ୍ପୁଚି ଗାଁ ଦାଣ୍ଡ..
ଟିକେ ପରେ ନିଶା ରାଣୀ ଘଡେଇଦେବ ନିସ୍ତବ୍ଦତା ର ଚାଦର
ଅମାବାସ୍ୟା ର କିଟ କିଟ ଅନ୍ଧାରରେ
ରାତି ପଖାଳ ପରେ
ଭାଗ୍ୟ ନବ ତା ଦୁଃଖର ହିସାବ..

ଦେବୀପ୍ରସାଦ ତ୍ରିପାଠୀ
ନିମାପଡ଼ା , ପୁରୀ

Spread the love

Leave a Comment

Your email address will not be published. Required fields are marked *

Scroll to Top
×