ଫସଲର ଉଈ ରୋଗ ପୋକ ପରିଚାଳନା

ବର୍ତ୍ତମାନ ଫସଲରେ ଉଈ ରୋଗ ପୋକ ଲାଗିବାର ଦେଖାଦେଉଛି। ଏହାର ନିରାକରଣ ପାଇଁ ଜମିରେ ଶେଷ ଓଢ଼ ଚାଷ କରିବା ସମୟରେ ପ୍ରତି ଏକରକୁ ୧୫୦ କି.ଗ୍ରା ନିମ୍ବ ପିଡ଼ିଆକୁ ଗୋବର ଖତରେ ଭଲ ଭାବରେ ମିଶାଇ ପ୍ରୟୋଗ କରିବା ଆବଶ୍ୟକ। ଏକ ମାଠିଆରେ ଏକ କି.ଗ୍ରା ନିମ୍ବ ପତ୍ରକୁ ଛୋଟ ଛୋଟ କରି କାଟି, ସେଥିରେ ୫ ଲିଟର ଗୋମୁତ୍ର ଓ ୨୫୦ ମି.ଲି ଦହି ଚଲ୍ହା ମିଶାଇ ଦିଆଯାଏ। ମାଠିଆ ମୁହଁକୁ ଭଲ ଭାବେ ବାନ୍ଧି ଦୁଇ ଦିନ ରଖିବା ଉଚିତ୍। ତୃତୀୟ ଦିନ ଏହି ମିଶ୍ରଣକୁ ଛାଣି ସେଥିରେ ୨୦ ଲିଟର ପାଣି ଓ ଡିଟରଜେଣ୍ଡ ଗୁଣ୍ଡ ମିଶାଇ ଉଈ ଆକ୍ରାନ୍ତ ସ୍ଥାନରେ ପ୍ରୟୋଗ କରିବା ଉଚିତ୍।

ଏହାପରେ ୫ କି.ଗ୍ରା ଅରଖ ପତ୍ରକୁ କାଟି ୧୦ ଲିଟର ପାଣିରେ ୨୪ ଘଣ୍ଟା ଭିଜାଇ ରଖିବା ପରେ ଏହି ପାଣିକୁ ୧୦ ମିନିଟ ଫୁଟାଇ, ଥଣ୍ଡା କରି ଉଈ ଲାଗିଥିବା ସ୍ଥାନରେ ସିଞ୍ଚନ କରିବା ଆବଶ୍ୟକ। ଏଥିସହ ବାସଙ୍ଗ ପତ୍ରକୁ ଛାଇରେ ଶୁଖାଇ ପରେ ଗୁଣ୍ଡ କରି ପାଉଁସରେ ଗୋଳାଇ ଉଈ ଲାଗିଥିବା ସ୍ଥାନରେ ପକାଇବା ଉଚିତ୍। ଦିନବେଳା ତାପମାତ୍ରା ଅଧିକ ରହିବା କାରଣରୁ ଉଈ ମାନେ ମାଟି ଭିତରକୁ ଚାଲିଯାଇଥାଆନ୍ତି। ତେଣୁ ଫସଲକୁ ଭୋର୍ ସକାଳୁ ଥରେ ଏବଂ ଅପରାହ୍ନରେ ଥରେ ନିରୀକ୍ଷଣ କରିବା ଆବଶ୍ୟକ। ଫସଲକୁ ଉଈ ଆକ୍ରମଣରୁ ରକ୍ଷା କରିବା ପାଇଁ ଉଭୟ ଜୈବିକ ନିୟନ୍ତ୍ରଣ ଏବଂ ରାସାୟନିକ ନିୟନ୍ତ୍ରଣ ମଧ୍ୟ କରାଯାଇପାରିବ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×