ସଫଳ କୃଷିକୁ ନେଇ ଉଜ୍ବଳ ପରିଚୟ ସୃଷ୍ଟି କରୁଛନ୍ତି ମହିଳା

ଗ୍ରାମ୍ୟ ଅର୍ଥନୈତିକ କ୍ଷେତ୍ରରେ ଗ୍ରାମୀଣ ମହିଳାଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ସେମାନେ ସିଧାସଳଖ କୃଷି, କ୍ଷୁଦ୍ର ଶିଳ୍ପ ପରି ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୁଅନ୍ତି। ସେହି ଦୃଷ୍ଟିରୁ ଗ୍ରାମୀଣ ମହିଳା ଏକ ସ˚ପଦ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସଂକ୍ଷେପରେ କହିବାକୁ ଗଲେ, କୃଷି କ୍ଷେତ୍ରକୁ ମଜବୁତ କରିବା ପାଇଁ କୃଷି କ୍ଷେତ୍ରରେ ମହିଳାମାନେ ଶସକ୍ତ ହେବା ଆବଶ୍ୟକ। ଦେଶର ପ୍ରତି ୧୦ ଜଣ ଚାଷୀଙ୍କ ମଧ୍ୟରେ ୬ ଜଣ ମହିଳା। ଅର୍ଥାତ ଦେଶର କୃଷକ ଜନସଂଖ୍ୟାର ୬୦% ମହିଳା କୃଷକ। ମଞ୍ଜି ବୁଣିବା, ରୋଇବା, ଶସ୍ୟ ଅମଳ, ତୋଳିବାଠାରୁ ଆରମ୍ଭ କରି ହଳ କରିବା ଆ‌ଦି ପର୍ଯ୍ୟନ୍ତ ଚାଷଜନିତ ପ୍ରତିଟି କାମରେ ମହିଳାମାନେ ସମ୍ପୃକ୍ତ ରହିଥାନ୍ତି।

ବିଭିନ୍ନ ଶସ୍ୟ ଚାଷ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳାl ଯେଉଁ ମହିଳାମାନେ ଆଗରୁ ଘର ଚାରିକାନ୍ଥ ଭିତରେ ରହି କେଵଳ ଘର କାର୍ଯ୍ୟ କରୁଥିଲେ ଏବେ ସେମାନଙ୍କ ଆର୍ଥିକ ଅବସ୍ଥା ସୁଧୁରୁଛି। ଚାଷରେ ସେମାନଙ୍କୁ ମିଳୁଥିବା ସଫଳତା ସେମାନଙ୍କ ମୁହିଁରେ ହସ ଫୁଟାଇପାରିଛି। ଚାଷ କଲା ବେଳେ ମହିଳା ମାନଙ୍କ ଅବଦାନ ଶତକଡା ୭୦ ଭାଗ ଥିଲା ବେଳେ ଅମଳ ପରେ ପ୍ରକ୍ରିୟାକରଣ ରେ ତାଙ୍କର ଅବଦାନ ହାରାହାରି ଶତକଡା ୧୦୦ ଭାଗ ରହିଥାଏ। କୃଷି ରେ ମହିଳା ମାନେ ବହୁ ଦାୟିତ୍ୱ ବହନ କରୁଛନ୍ତି ମାତ୍ର ଅଧିକ ପ୍ରୋତ୍ସାହନ ଲାଗି ଆମକୁ ଚାଷୀ ମହିଳାଙ୍କୁ ସମ୍ମାନ ଦେବା ,ତାଙ୍କୁ ପୁରସ୍କୃତ ଦେଇ ପ୍ରୋତ୍ସାହିତ କରିବା ନିହାତି ଆବଶ୍ୟକ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×