ବାତ୍ୟା ପରବର୍ତ୍ତୀ ଚାଷ କ୍ଷୟକ୍ଷତି ଆକଳନ

0

ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଓ୍ବେଲ୍ ମାର୍କଡ୍ ଲୋ ପ୍ରେସରରେ ରହିଛି । ବାତ୍ୟା ପରବର୍ତ୍ତୀ ଚାଷ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ । ରାଜସ୍ୱ ଓ କୃଷି ଅଧିକାରୀଙ୍କ ମିଳିତ ସହଯୋଗରେ  କ୍ଷୟକ୍ଷତି ଆକଳନ କରାଯିବ । ତେବେ ଅଧା ହେକ୍ଟର ଚାଷ ଜମି ନଷ୍ଟ ହୋଇଥିଲେ ୪୨୦୦ ଟଙ୍କା ସହାୟତା ମିଳିବ । ଅଳ୍ପ କିଛି କ୍ଷତି ହୋଇଥିଲେ ସର୍ବନିମ୍ନ ୧୦୦୦ ଟଙ୍କା ମିଳିବ । ଜଳ ସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ଚାଷୀଙ୍କୁ ୧୭,୦୦୦ ଟଙ୍କା ମିଳିବ । ସେହି ଜମିରେ ଛୋଟ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ମିଳିବ। ଆଗ୍ରୋ ଫରେଷ୍ଟ/ପ୍ଲାଣ୍ଟସନ ଚାଷ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨୫୦୦ ଟଙ୍କା ମିଳିବ । ଅତିକମ୍‌ରେ ୨୫୦୦ ଟଙ୍କା ଚାଷୀଙ୍କୁ ମିଳିବ ବୋଲି କୃଷି ସଟିବ ଅରବିନ୍ଦ ପାଢ଼ୀ କହିଛନ୍ତି ।

Leave A Reply

Your email address will not be published.

5 × three =