ଜଳବାୟୁ ପରିବର୍ତ୍ତନ ଯୋଗୁ ବଦଳୁଛି ପାଣିପାଗ

ଦେଶରେ ପ୍ରତ୍ୟେକ କ୍ଷେତ୍ରରେ ଜଳବାୟୁ ଏକ ମୁଖ୍ୟ ଉପାଦାନ ପାଲଟିଛି। ଚଳିତ ବର୍ଷ ଜଳବାୟୁରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ଷରେ ଗରମ ଦିନରେ ଅତ୍ୟଧିକ ଗରମ ଏବଂ ଶୀତ ଦିନରେ ଅତ୍ୟଧିକ ଶୀତ ଅନୁଭୂତ ହୋଇଥାଏ, କିନ୍ତୁ ଚଳିତ ବର୍ଷ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗ୍ରୀଷ୍ମର ଗରମ କମ୍ ହୋଇଥିବା ବେଳେ ଶୀତରେ ମଧ୍ୟ ପୂର୍ବ ଅପେକ୍ଷା ପରିମାଣ କମ୍ ହୋଇଛି। ଜଳବାୟୁରେ ପରିବର୍ତ୍ତନ ହେତୁ ଅଦିନିଆ ବର୍ଷା ମଧ୍ୟ ଦେଖିବାକୁ ମିଳିଛି। ଦେଶର ବହୁ ଅଞ୍ଚଳରେ ଅନିୟମିତ ବର୍ଷା ଲାଗୁ ରହିଛି। ଏହାଦ୍ବାରା ଲୋକମାନେ କିଛି ଅସୁବିଧାରେ ମଧ୍ୟ ସମ୍ମୁଖୀନ ହେଉଛନ୍ତି।

ଜଳବାୟୁରେ ଅସ୍ବାଭାବିକ ଲକ୍ଷଣ ହେତୁ ବୈଜ୍ଞାନିକ ମାନଙ୍କ ଦ୍ଵାରା ଆକଳନ କରାଯାଇଥିବା ପାଣିପାଗ ସଠିକ୍ ପ୍ରମାଣିତ ହେବାରେ ବିଫଳ ହେଉଛି। ବର୍ତ୍ତମାନ୍ ଅଦିନିଆ ବର୍ଷା ଲୋକଙ୍କ ପାଇଁ ସଙ୍କଟ ପାଲଟିଛି, ଯାହାଦ୍ବାରା ସ୍ୱାସ୍ଥ୍ୟ ଅବସ୍ଥାରେ ମଧ୍ୟ ବ୍ୟାଘାତ ଘଟିବା ଦେଖାଦେଇଛି। ପୂର୍ବ ଅପେକ୍ଷା ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଥଣ୍ଡା ଅନୁଭୂତ ହେଉଛି। ପାଣିପାଗର ଏହିଭଳି ଅସନ୍ତୁଳନର ପ୍ରଭାବ କୃଷି ଉତ୍ପାଦନ ଉପରେ ପଡିପାରେ ବୋଲି ଆକଳନ କରାଯାଉଛି। ପରିବର୍ତ୍ତନର ଧାରା ଏହିପରି ଲାଗୁ ରହିଲେ ପରବର୍ତ୍ତୀ ସମୟରେ ପାଣିପାଗ ଆହୁରି ସନ୍ତୁଳିତ ହେବା ନେଇ ଆଶା କରାଯାଉଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×