ବିକଶିତ କୃଷି ସଂକଳ୍ପ ଅଭିଯାନ

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ଦ୍ବାରା ବିକଶିତ କୃଷି ସଂକଳ୍ପ ଅଭିଯାନ ସାରା ଦେଶରେ ପରିଚାଳିତ କରାଯିବ। କେନ୍ଦ୍ର କୃଷି, କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଏହି ଅଭିଯାନ ଆସନ୍ତା ୨୯ ମଇରୁ ଆରମ୍ଭ ହେବ ଏବଂ ୭୦୦ ରୁ ଅଧିକ ଜିଲ୍ଲାରେ ୧୨ ଜୁନ ପର୍ଯ୍ୟନ୍ତ ଜାରି ରହିବ। ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଦିଆଯାଇଥିବା ‘ ଲ୍ୟାବ ଟୁ ଲ୍ୟାଣ୍ଡ ‘ ମନ୍ତ୍ରକୁ ସାକାର କରିବା ପାଇଁ ଏହି ସମସ୍ତ ପ୍ରୟାସ କରାଯାଉଛି।

ଶ୍ରୀ ଶିବରାଜ ସିଂହ କହିଛନ୍ତି ଯେ ଏହି ସୃଜନଶୀଳ ଏବଂ ମହତ୍ୱାକାଂକ୍ଷୀ ଅଭିଯାନ ପଛରେ ଉଦ୍ଦେଶ୍ୟ ହେଉଛି ଆମର କୃଷି ବିକଶିତ ହେଉ ଏବଂ ଆମର କୃଷକମାନେ ଏଥିରୁ ସିଧାସଳଖ ଲାଭ ପାଉ। ସମଗ୍ର ଅଭିଯାନ ସମୟରେ, କୃଷକମାନଙ୍କ ମଧ୍ୟରେ ଉନ୍ନତ କୌଶଳ, ନୂତନ କିସମ ଏବଂ ସରକାରୀ ଯୋଜନା ବିଷୟରେ ସଚେତନତା ପ୍ରସାର କରାଯିବ ଏବଂ ପ୍ରାକୃତିକ କୃଷିକୁ ପ୍ରୋ୍ସାହିତ କରିବା ମଧ୍ୟ ଏହାର ଲକ୍ଷ୍ୟ। ଏହି ଅଭିଯାନରେ , ଚାରି ଜଣ ବୈଜ୍ଞାନିକଙ୍କ ଦଳ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡରେ ପରାମର୍ଶ ଅନୁଯାୟୀ ବିଭିନ୍ନ ଫସଲରେ ସନ୍ତୁଳିତ ସାର ବ୍ୟବହାର ବିଷୟରେ ସଚେତନ ଏବଂ ଶିକ୍ଷା ଦେବେ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×