ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଦ୍ବାରା ସ୍ବାବଲମ୍ବୀ ହେଉଛନ୍ତି ଉଷାରାଣୀ

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ପୁରୁଷ ହୁଅନ୍ତୁ କି ମହିଳା ଚାଷୀ, ସମସ୍ତଙ୍କ ଜୀବନଶୈଳୀ ଓ କୃଷି ପରିଚୟ ବଦଳାଇଦେଇଛି। ଯାହାଦ୍ବାରା ବର୍ତ୍ତମାନ ଓଡ଼ିଶା ପ୍ରଗତି ପଥରେ ଆଗେଇ ଚାଲିବାର ଏକ ମୁଖ୍ୟ ସାରଥୀ ସାଜିଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା। ଏହି ଯୋଜନା ସାହାଯ୍ୟରେ ଗୃହିଣୀ ମାନେ ନିଜ ହାଣ୍ଡିଶାଳରୁ ବାହାରି ଚାଷ ଜମିରେ ପହଞ୍ଚିବା ସହ ସ୍ବାବଲମ୍ବୀ ହେବାର ସଫଳ ଚାଷୀ ଭାବେ ପରିଚିତ ହେଉଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନରୁ ଆର୍ଥିକ ସହାୟତା ପାଇ କେନ୍ଦୁଝର ଜିଲ୍ଲାର ଘଟଗାଁ ଅଞ୍ଚଳର ଶ୍ରୀମତି ଉଷାରାଣୀ ମହନ୍ତ ଛେଳି ପାଳନକୁ ଆପଣାଇ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ପ୍ରଦାନ କରି ପାରିଛନ୍ତି କର୍ମ ସଂସ୍ଥାନ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରୁ ଋଣ ନେଇ ନିଜର ଅଢେଇ ଏକର ଜମିରେ ଛେଳି ଫାର୍ମ କରିଛନ୍ତି ଉଷାରାଣୀ। ସେ ସମୁଦାୟ ୧୦୦ ଟି ଛେଳି ରଖିଛନ୍ତି, ସେଥିରୁ ସେ ବାର୍ଷିକ ଅଢେଇ ରୁ ତିନି ଲକ୍ଷ ରୋଜଗାର କରିପାରୁଛନ୍ତି। ନିଜର ଏହି ଶଙ୍କର ଜାତୀୟ ଛେଳିପାଳନ ଆରମ୍ଭ କରିବା ଦିନଠାରୁ ଆପିକଲ୍ ତାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିଆସୁଛି ବୋଲି ସେ କହିଛନ୍ତି। ସରକାରଙ୍କ ପକ୍ଷରୁ ମିଳୁଥିବା ସାହାଯ୍ୟ ସହଯୋଗ ପାଇଁ ସେ ମୁଖ୍ୟମନ୍ତ୍ରୀ, ଆପିକାଲ ଓ କୃଷି ବିଭାଗକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଏତଦ୍ ବ୍ୟତୀତ ଆଗକୁ ଏମିତି ସାହାଯ୍ୟ ମିଳିଲେ ସେ ଆହୁରି ଉତ୍ସାହିତ ହେବେ ବୋଲି କହିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×