ମାଣ୍ଡିଆର ପ୍ରସାର ଦିଗରେ ସିଲେକ୍ଟ ଫ୍ରେସ୍ ର ଅଭିନବ ପ୍ରୟାସ

ଦିନ ଥିଲା ମାଣ୍ଡିଆ ଗରିବ ଆଉ ଆଦିବାସୀଙ୍କ ଖାଦ୍ୟ ଭାବେ ଅନାଦର ପାଉଥିଲା । କିନ୍ତୁ ଆଜି ସମୟ ବଦଳିଛି। ଲୋକଙ୍କ ଖାଦ୍ୟ ଖାଇବାର ଶୈଳୀ ବି ବଦଳିଛି। ମାଣ୍ଡିଆ ଆଜି ଘରେ ଘରେ ଖାଦ୍ୟରେ ସାମିଲ ହୋଇଛି । ସାରା ରାଜ୍ୟରେ ମାଣ୍ଡିଆ ଆଜି ମହକ ବୁଣୁଛି ଏହି ଉପକ୍ରମ ରେ ମାଣ୍ଡିଆ କୁ ନେଇ ଏକ ନୂଆ ପ୍ରୟାସ ଆରମ୍ଭ କରିଛି ସିଲେକ୍ଟ ଫ୍ରେସ୍ ।

ମିଲେଟ ଏମିତି ଏକ ପୁଷ୍ଟିକର ଖାଦ୍ୟ ଯାହା ସାଧାରଣ ଲୋକ ତଥା ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ବ୍ୟକ୍ତିବିଶେଷ ମଧ୍ୟ ଗ୍ରହଣ କରିପାରିବେ। ଏହାକୁ ଆଧାର କରି ମିଲେଟରୁ ପ୍ରସ୍ତୁତ ହେଉଥିବା ସମସ୍ତ ପ୍ରକାର ଖାଦ୍ୟ ପଦାର୍ଥ କୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱର ର ସୌଭାଗ୍ୟ ନଗର ରେ ଖୋଲାଯାଇଛି ଏକ ସ୍ବତନ୍ତ୍ର ଷ୍ଟୋର ଯାହାର ନାମ ହେଉଛି ସିଲେକ୍ଟ ଫ୍ରେସ୍ ମିଲେଟ୍ ଷ୍ଟୋର (select fresh millet store)।

ମିଲେଟ ର ପ୍ରଚାର କୁ ତ୍ୱରାନ୍ୱିତ କରିବା ର ମହତ୍ ଉଦ୍ଦେଶ୍ୟ ନେଇ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ରାଉତ ସିଲେକ୍ଟ ଫ୍ରେସ୍ ର ଏହି ଶାଖାରେ ସମସ୍ତ ପ୍ରକାର ପୁଷ୍ଟି ଶସ୍ୟ ରୁ ପ୍ରସ୍ତୁତ ଦ୍ରବ୍ୟ ଗୁଡ଼ିକର ବିକ୍ରୟ ବ୍ୟବସ୍ଥା କରିଛନ୍ତି। ମିଲେଟରେ ପ୍ରସ୍ତୁତ ହେଉଥିବା ସମସ୍ତ ଖାଦ୍ୟ ସାଧାରଣ ଖାଦ୍ୟଠାରୁ ଶରୀର ପ୍ରତି ଅତ୍ୟନ୍ତ ଲାଭଦାୟକ ଏବଂ ପୁଷ୍ଟିକର ମଧ୍ୟ। ଦୈନଦିନ ଯେଉଁ ବ୍ୟଞ୍ଜନ ଆମେ ଖାଇଥାଉ ଯଦି ତାହା ପୁଷ୍ଟି ଶସ୍ୟ ରେ ପ୍ରସ୍ତୁତ ହୋଇପାରିବ ତେବେ ତାର ଉପକାରିତା ବହୁ ଗୁଣ ରେ ବଢିଯିବ। ତେଣୁ ଏହି ଷ୍ଟୋର ରେ ସମସ୍ତ ପ୍ରକାରର ମିଲେଟ ସ୍ନାକ୍ସ, ଟିଫିନ୍ ଏବଂ ବିଭିନ୍ନ ବ୍ୟଞ୍ଜନ ମିଳିପାରିବ ଯାହାଦ୍ଵାରା ସାଧାରଣ ଲୋକ ବହୁମାତ୍ରା ରେ ଉପକୃତ ହୋଇପାରିବେ। ପୁଷ୍ଟି ଶସ୍ୟ କୁ ଭଲ ପାଉଥିବା ଲୋକ ମାନେ ଏହି ଷ୍ଟୋର ମାଧ୍ୟମ ରେ ବିଶେଷ ଭାବରେ ଉପକୃତ ହେବେ ବୋଲି ଶ୍ରୀଯୁକ୍ତ ରାଉତ ଆଶା ରଖିଛନ୍ତି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×