ଏ ସପ୍ତାହର କୃଷି ପାଣିପାଗ

ପ୍ରତି ଶୁକ୍ରବାର କୃଷି ବିଜ୍ଞାନୀ ମୀରା ମହାନ୍ତି ଙ୍କ ଦ୍ଵାରା ପ୍ରକାଶିତ ହେବ – କୃଷି ପାଣିପାଗର ସ୍ଵତନ୍ତ୍ର ସ୍ତମ୍ଭ

ଚଳିତ ବର୍ଷ ଖରିଫ ଋତୁର ଆରମ୍ଭରେ ଉତ୍ତମ ମୌସୁମୀ ବାୟୁର ଆଗମନ ନଥିବା ସତ୍ତ୍ୱେ ଦୁଇଟି ଲଘୁଚାପର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା, ଯାହାକି କିଛି ଜିଲ୍ଲାରେ ଚାଷ କାର୍ଯ୍ୟର ସହଯୋଗ ପାଲଟିବା ସହ କିଛି ଜିଲ୍ଲାକୁ କ୍ଷତି ସହିବାକୁ ପଡ଼ିଥିଲା। ଚଳିତ ବର୍ଷର ବିଳମ୍ବ ମୌସୁମୀ ପାଇଁ କିଛି ଜିଲ୍ଲାରେ ଖରିଫ ଚାଷରେ ମଧ୍ୟ ବିଳମ୍ବ ଏବଂ ତ୍ରୁଟି ଦେଖିବାକୁ ମିଳିଛି। କିନ୍ତୁ ଲଘୁଚାପ ବର୍ଷାର ପରବର୍ତ୍ତୀ ସମୟରେ ଚାଷୀମାନେ ନିଜ କାର୍ଯ୍ୟରେ ତତ୍ପର ହୋଇପଡ଼ିଛନ୍ତି। ଏଥିସହ ଦୁଇଟି ଲଘୁଚାପ ବର୍ଷାରେ ନଦୀ, ନାଳ, ପୋଖରୀ ଜଳପୂର୍ଣ୍ଣ ରହିବାର ଦେଖିବାକୁ ମିଳିଛି, ଯାହାକି ଗ୍ରୀଷ୍ମ ଋତୁର ପାଣି ସମସ୍ୟାରେ ଶିକାର ହେଉଥିବା ପଶୁପକ୍ଷୀ ଏବଂ ଜନସାଧାରଣଙ୍କ ପାଇଁ ଖୁସିର ବିଷୟ ହୋଇପାରିଛି।

ପୁନର୍ବାର ଆଗାମୀ ୩ ଦିନ ମଧ୍ୟରେ ଓଡ଼ିଶାର ଅଧିକାଂଶ ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ୨୪-୨୫ ତାରିଖରେ ମାତ୍ରାଧିକ ପ୍ରଭାବ ସହ ଉତ୍ତର ଓଡ଼ିଶାର ଜିଲ୍ଲାମାନେ ଅଧିକ ପ୍ରଭାବିତ ହେବା ଅନୁମାନ କରାଯାଉଛି। ଆଜି ଉତ୍ତର, ଉତ୍ତର ଉପକୂଳ ଓ ତତସଲଗ୍ନ ଜିଲ୍ଲା ଯଥା ମୟୁରଭଞ୍ଜ, କେଉଁଝର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଅନୁଗୋଳ, ଦେଓଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ ଓ ପଶ୍ଚିମ ଜିଲ୍ଲା ବଲାଙ୍ଗୀର, ସୋନପୁର,ବୌଦ ଆଦି ରେ ଅଧିକାଂଶ ସ୍ଥାନ ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି କିଛି ଜାଗାରେ ପ୍ରବଳ ବର୍ଷା ପୂର୍ବାନୁମାନ କରାଯାଇଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×