ଏ ସପ୍ତାହର କୃଷି ପାଣିପାଗ

ପ୍ରତି ଶୁକ୍ରବାର କୃଷି ବିଜ୍ଞାନୀ ମୀରା ମହାନ୍ତି ଙ୍କ ଦ୍ଵାରା ପ୍ରକାଶିତ ହେବ – କୃଷି ପାଣିପାଗର ସ୍ଵତନ୍ତ୍ର ସ୍ତମ୍ଭ

ଉତ୍ତର ପଶ୍ଚିମ ଓ ନିକଟସ୍ଥ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଆଉ ଏକ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଗାମୀ ୨ ଦିନ ମଧ୍ୟରେ ଏହା ଅବପାତରେ ପରିଣତ ହେବ, ଯାହାକି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଦେଇ ପଶ୍ଚିମ – ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଆସନ୍ତା ସେପ୍ଟେମ୍ୱର ୨ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ବିଶେଷକରି ଓଡ଼ିଶାର ଦକ୍ଷିଣ, ଦକ୍ଷିଣ ପଶ୍ଚିମ ଜିଲ୍ଲା ମାନଙ୍କରେ ଅଧିକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ରାଜ୍ୟରେ ଆଗାମୀ ୩ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସୂଚନା ରହିଛି।

ସକ୍ରିୟ ଲଘୁଚାପ ପ୍ରଭାବରେ ଆସନ୍ତା ୨ ଦିନ ମଧ୍ୟରେ ଓଡ଼ିଶାର ଦକ୍ଷିଣ, ଦକ୍ଷିଣ ପଶ୍ଚିମ ଓ ଅନ୍ୟ ପଶ୍ଚିମ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା, କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ଏବଂ କିଛି ଅଞ୍ଚଳରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି। ସେଥିମଧ୍ୟରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନାରୁ ଜଣାପଡିଛି। ତେଣୁ ଚାଷୀମାନେ ସେମାନଙ୍କ ଚାଷର ଯତ୍ନ ନେବା ଏବଂ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ସୂଚନା ଦିଆଯାଇଛି।

Spread the love

Leave a Comment

Your email address will not be published. Required fields are marked *

Scroll to Top
×