ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ମାଣ୍ଡିଆ ପୋଟଳି ପିଠାର ସ୍ୱତନ୍ତ୍ରତା

ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ପୋଟଳି ପିଠାର ସ୍ୱତନ୍ତ୍ରତା ବେଶ୍ ନିଆରା। ଓଡ଼ିଆ ଘରର ପାରମ୍ପରିକ ପିଠା ମଧ୍ୟରେ ପୋଟଳି ପିଠା ଅନ୍ୟତମ, ଯାହାକି ବିଭିନ୍ନ ପର୍ବପର୍ବାଣୀରେ ପ୍ରସ୍ତୁତ କରାଯାଇଥାଏ। କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଏହି ପିଠାକୁ ପ୍ରସାଦ ଭାବେ ଅର୍ପଣ କରାଯାଇଥାଏ। ଏହି ପିଠା ମାଣ୍ଡିଆ, ଚୁନା ଓ ଅଟାର ମିଶ୍ରଣରେ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ମାଣ୍ଡିଆରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ଲୌହ, ପ୍ରୋଟିନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଖାଦ୍ୟସାର ରହିଥାଏ, ଯାହା ଆମ ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ।

ସ୍ଵତନ୍ତ୍ର ସ୍ବାଦ ଏବଂ ଗଠନ ଶୈଳୀ ପାଇଁ ସାରା ରାଜ୍ୟରେ ଏହାର ଚାହିଦା ରହିଛି । ମାଣ୍ଡିଆ ଦ୍ଵାରା ଅନେକ ପିଠା ପ୍ରସ୍ତୁତ କରାଯାଏ, କିନ୍ତୁ ସେଥିମଧ୍ୟରୁ ପୋଟଳି ପିଠା ଲୋକଙ୍କ ଆଦରଣୀୟ ହୋଇପାରିଛି। ପୋଟଳି ପିଠା ସାଧାରଣତଃ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ପିଠା ଭାବେ ପରିଚିତ ଥିଲେ ମଧ୍ୟ ବର୍ତ୍ତମାନ ସାରା ଓଡ଼ିଶାରେ ଏହାର ପ୍ରାଧାନ୍ୟତା ରହିଛି। ପିଲାଠୁ ବୁଢ଼ା ସଭିଙ୍କ ମଧ୍ୟରେ ଏହି ପିଠା ପ୍ରତି ଆଦର ରହିଛି। ପୋଟଳି ପିଠା କେନ୍ଦ୍ରାପଡ଼ାସ୍ଥିତ ବଦଦେବଜିଉଙ୍କ ପ୍ରସିଦ୍ଧ ପ୍ରସାଦ ହୋଇଥିବାରୁ ମନ୍ଦିର ନିକଟସ୍ଥ ସମସ୍ତ ଭୋଗ ଦୋକାନରେ ଏହା ଦେଖିବାକୁ ମିଳିଥାଏ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×