କୃଷି କ୍ଷେତ୍ରରେ ଜଳ ଉତ୍ପାଦକତା ବୃଦ୍ଧିକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର

ରାଜ୍ୟରେ କୃଷି କ୍ଷେତ୍ର ପାଇଁ ଜଳ ଏକ ମୁଖ୍ୟ ଉପାଦାନ ରହିଛି। କିଛି ଅଞ୍ଚଳରେ ଜଳ ସମସ୍ୟା ପାଇଁ ଚାଷୀ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଯାହା ପାଇଁ ଫସଲ କ୍ଷତି ହେବା ସହ ଚାଷୀମାନେ ଆତ୍ମହତ୍ୟା ମଧ୍ୟ କରୁଛନ୍ତି। ଆମ ଦେଶରେ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ଧାରଣ କରିବାରେ ଲାଗିଛି ବୋଲି ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ବର୍ତ୍ତମାନ ଆମର ଜଳ ଉପଯୋଗ ଦକ୍ଷତା ମାତ୍ର ଶତକଡା ୩୫ ରୁ ୪୦ ଭାଗ ଅଟେ। ଏହାକୁ ଶତକଡା ୬୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ବୈଜ୍ଞାନିକ ମାନେ ନୂତନ ଜ୍ଞାନ କୌଶଳ ବିକଶିତ କରିବା ଆବଶ୍ୟକ।

ପ୍ରାକୃତିକ ସମ୍ପଦ ମଧ୍ୟରେ ଜଳ ସମ୍ପଦ ହେଉଛି ପ୍ରମୂଖ ସମ୍ପଦ। ତାର ସଂରକ୍ଷଣ, ସଦୁପଯୋଗ ଓ ଅପଚୟ ହ୍ରାସ ଆମ ସମସ୍ତଙ୍କର ପରମ ଓ ପ୍ରଧାନ କର୍ତ୍ତବ୍ୟ ହେବା ଆବଶ୍ୟକ। ତେଣୁ ଭବିଷ୍ୟତରେ ଜଳ ସୁରକ୍ଷା ପାଇଁ ଏବେଠୁ ଆମକୁ ଧ୍ୟାନ ଦେବା ନିତାନ୍ତ ଜରୁରୀ। ଭୁବନେଶ୍ବରରେ ଅନୁଷ୍ଠିତ ୩୮ ତମ ସ୍ଥାପନା ଦିବସ ଅବସରରେ ଓଡିଶାର ବିଭିନ୍ନ ଜିଲ୍ଲାରେ କୃଷିରେ ପାରଦର୍ଶୀତା ଲାଭ କରିଥିବା ୧୧ ଜଣ ପ୍ରଗତିଶୀଳ ପୁରୁଷ ଓ ମହିଳା ଚାଷୀଙ୍କୁ ସମ୍ମାନିତ କରାଯାଇଛି। ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ବର୍ଗରେ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×