ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କଲେ ପ୍ରମୁଖ ଶାସନ ସଚିବ

   ଚଳିତ ବର୍ଷ ୪୮ ଟି ମଣ୍ଡି ଖୋଲାଯିବ। ୨୧ଗୋଟି ଲ୍ୟାମ୍ପ ଓ ଫାରର୍ମସ ପ୍ରଡ୍ୟୁସର କମ୍ପାନୀ ଜରିଆରେ ଏହା କିଣାଯିବ। ଚଳିତ ବର୍ଷ ୨ ଲକ୍ଷ ୩୮ ହଜାର କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ମାଣ୍ଡିଆର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯିବା ନେଇ ଆଲୋଚନା କରାଯାଇଛି। ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମାଣ୍ଡିଆ କ୍ରୟର ସମୀକ୍ଷା ବୈଠକରେ ଚାଷୀ ମାନଙ୍କୁ ମାଣ୍ଡିଆର କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୪୨୯୦ ଟଙ୍କା ସହ ସରକାରଙ୍କ ଅତିରିକ୍ତ ସହାୟତା ରାଶି ୨୧୦ଟଙ୍କା ମିଶି ମୋଟ ୪୫୦୦ ଟଙ୍କା ପ୍ରଦାନ ସହ ଜିଲ୍ଲାୱାରୀ ଲକ୍ଷ୍ୟ ପୂରଣ ପାଇଁ ବିଭାଗୀୟ ଉଦ୍ୟମ ଉପରେ ଆଲୋଚନା ହୋଇଛି। 

ଚାଷୀମାନଙ୍କୁ କୁଇଣ୍ଟାଲ ପିଛା ୪୨୯୦ ଏବଂ ୨୧୦ ଟଙ୍କା ପ୍ରୋତ୍ସାହନ ରାଶି ସରକାର ଦେଉଥିବାରୁ ବ୍ୟବସାୟୀଙ୍କ ବଦଳରେ ସରକାରୀ ମଣ୍ଡିରେ ବିକ୍ରୀ କରିବାକୁ ଜୋରଧାର ପ୍ରସ୍ତୁତି ଜାରି ରହିଛି। ବିଶେଷ କରି ମାଣ୍ଡିଆ ଏକ ପୁଷ୍ଟିକର ଜାତୀୟ ଶସ୍ୟ ହୋଇଥିବାରୁ ସାରା ରାଜ୍ୟ ଏବଂ ରାଜ୍ୟ ବାହାରେ ଏହାର ଚାହିଦା ରହିବା ସହ ଉତ୍ପାଦନରେ ମଧ୍ୟ ଅଗ୍ରଗତି ଦେଖିବାକୁ ମିଳୁଛି। ଗତ ବର୍ଷ ଧାନ ସଂଗ୍ରହ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଯଥେଷ୍ଟ କମ୍ ଧାନ ସଂଗ୍ରହ କରାଯାଇଥିଲା, କିନ୍ତୁ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଧାନ ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×