ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଲୋକଙ୍କ ସରକାର ପ୍ରତିଶ୍ରୁତିବଦ୍ଧ

ମିଶନ ପାୱାର’ ମାଧ୍ୟମରେ ବିଦ୍ୟୁତ, ଜଳ ଓ ସଂଯୋଗୀକରଣ ଭଳି ମୌଳିକ ଆବଶ୍ୟକତାକୁ ସୁଦୃଢ଼ କରି ଲୋକଙ୍କ ଜୀବନଧାରଣର ମାନ ବଢ଼ାଇବା ପାଇଁ ସରକାର ପ୍ରତିବଦ୍ଧ। ସମସ୍ତଙ୍କ ପାଇଁ ସୁବିଧା, ସମାନତା ଓ ସମ୍ମାନ ନିଶ୍ଚିତ କରିବା ହିଁ ଲୋକଙ୍କ ସରକାରର ମୂଳ ସଂକଳ୍ପ। ରାଜ୍ୟର କିଛି ଅଞ୍ଚଳରେ ଆଜି ମଧ୍ୟ ବିଶୁଦ୍ଧ ପାନୀୟ ଜଳର ସମସ୍ୟା ଦେଖିବାକୁ ମିଳୁଛି। ଜଳର ଅଭାବ ସାଧାରଣତଃ ଗରିବ ଲୋକଙ୍କୁ ଅଧିକ ପ୍ରଭାବିତ କରୁଛି। ସମାଜର ସମସ୍ତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ମାନ୍ୟବର ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି।
ମାନ୍ୟବର ରାଜ୍ୟ ସରକାର ପଛୁଆ ବର୍ଗର ଲୋକଙ୍କ ପାଖରେ ବିଦ୍ୟୁତ୍, ଜଳ ଓ ସଂଯୋଗୀକରଣ ର ସୁବିଧା ଉପଲବ୍ଧ କରିବା ପାଇଁ ସମସ୍ତ ସୁଯୋଗ ସୃଷ୍ଟି କରିବା ପାଇଁ ଧାର୍ଯ୍ୟ କରିଛନ୍ତି। ଆଜିର ଦୈନନ୍ଦିନ ଜୀବନରେ ଏହାର ଆବଶ୍ୟକତା ବେଶ୍ ଗୁରୁତ୍ୱପୂର୍ଣ୍ଣ। ମିଶନ ପାୱାର ରେ ୧୦୦୦ କୋଟି ବ୍ୟୟ କରାଯାଇ୧୦୪୩ ଅଣସଂଯୋଗୀକୃତ ଜନ ବସତିକୁ ସଡ଼କ ସଂଯୋଗ କରାଯିବ। ମାନନୀୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ନେତୃତ୍ୱରେ “ସେବା, ସୁବିଧା ଓ ସଶକ୍ତିକରଣ” ମନ୍ତ୍ର ଦ୍ୱାରା ଗ୍ରାମୀଣ ଓଡ଼ିଶାକୁ ମିଳିବ ନୂଆ ରୂପ।

ଉପସ୍ଥାପନା- ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×