ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ‘ଓଡ଼ିଶା ରାଜ୍ୟ ଦିବସ ସମାରୋହ’ ଅନୁଷ୍ଠିତ

ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ‘ଓଡ଼ିଶା ରାଜ୍ୟ ଦିବସ ସମାରୋହ’ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପ୍ରସାର ଦିଗରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହେଉଥିବା କହିଛନ୍ତି। ଏହି ଅବସରରେ ମୁଖ୍ଯମନ୍ତ୍ରୀ ‘ଓଡ଼ିଶା ମଣ୍ଡପ “ପରିଦର୍ଶନ କରିଥିଲେ। ସେ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସାମଗ୍ରୀ, ମିଶନ ଶକ୍ତି ମହିଳା ହସ୍ତତନ୍ତ ଉତ୍ପାଦ, ଆଦିବାସୀ ସଂସ୍କୃତି ଏବଂ କଳାକୃତି ଏବଂ ବିବିଧ ଗ୍ରାମୀଣ ଉତ୍ପାଦ ବିକ୍ରୟ କରୁଥିବା ଅନେକ ଷ୍ଟଲକୁ ଯାଇଥିଲେ।

ଓଡ଼ିଶାର ଅନନ୍ଯ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଉତ୍ପାଦ ଆଜି ଆନ୍ତର୍ଜାତୀୟ ସ୍ୱୀକୃତି ଲାଭ କରୁଛି। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ ଫେୟାରରେ ଏହାକୁ ପ୍ରଦର୍ଶିତ କରାଯିବ। ଫଳସ୍ୱରୂପ, ଦେଶ ତଥା ବିଦେଶର ଲୋକମାନେ ଓଡ଼ିଶାର ଏହି କଳା ଏବଂ ଶିଳ୍ପ ବିଷକ୍ଷରେ ଜାଣିବା ପାଇଁ ସୁଯୋଗ ପାଉଛନ୍ତି ବୋଲି ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ କିପରି ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେନେଇ ୨୦୨୫ ଜାନୁଆରି ମାସରେ ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ କରାଯାଉଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ

Spread the love

Leave a Comment

Your email address will not be published. Required fields are marked *

Scroll to Top
×