ସବୁଜିମାର ନୂଆ ବିନ୍ଧାଣୀ ନିର୍ମଳ

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ ବାଣିଜ୍ୟିକ କୃଷି ଓ କୃଷିଭିତ୍ତିକ ଉଦ୍ୟୋଗ ସ୍ଥାପନ ପାଇଁ ରିହାତି ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ଏହି ବ୍ୟବସ୍ଥାକୁ ଉପଯୋଗ କରି ଅନେକ ଶିକ୍ଷିତ ଯୁବକ ଓ ମହିଳା ଚାଷୀ ବିଭିନ୍ନ ଉଦ୍ୟୋଗ ସ୍ଥାପନ କରି ଲାଭବାନ ହେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳର ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ପ୍ରଧାନ “ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା”ରେ ଉଦ୍ୟାନ କୃଷି ଏବଂ ପ୍ରାଣୀ ପାଳନକୁ ଆପଣେଇ ଜଣେ ସଫଳ କୃଷି ଉଦ୍ୟୋଗୀରେ ପରିଣତ ହେବା ସହ ଅନ୍ୟ ମାନଙ୍କୁ ପ୍ରଦାନ କରୁଛନ୍ତି କର୍ମସଂସ୍ଥାନ।

ଏରସମା ଅଞ୍ଚଳର ଏହି ଉଜୁଡ଼ା ଭୂଇଁରେ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ପ୍ରଧାନ ସବୁଜ ପରିବେଶ ସୃଷ୍ଟି କରିଛନ୍ତି। ଆଗ୍ରୋ ଇକୋ – ଟୁରିଯିମ୍ ଓ ଉଦ୍ୟାନ କୃଷିକୁ ଆପଣେଇ ସେ ସଫଳ ହୋଇପାରିଛନ୍ତି। ୨୦୧୯ ମସିହାରୁ ସେ ତାଙ୍କ ଚାକିରିରୁ ଅବସର ନେଲା ପରେ ମୁଖ୍ୟମନ୍ତ୍ରୀଙ୍କ ଏହି କୃଷି ଉଦ୍ୟୋଗ ଯୋଜନା ପ୍ରୋଜେକ୍ଟ ହାତକୁ ନେଇଥିଲେ। ତାଙ୍କ ନିଜର ୧୦୦ ଏକର ଜମିରେ କୁକୁଡ଼ା ଚାଷ, ମାଛ ଚାଷ ଓ ବତକ ଚାଷ କରିଛନ୍ତି। ଏତଦ୍ ବ୍ୟତୀତ ଫଳ ଚାଷ ଯଥା ସପେଟା, ନଡ଼ିଆ, ଲେମ୍ବୁ ଭଳି ଅନେକ ଚାଷ ମଧ୍ୟ କରୁଛନ୍ତି। ମାଛ ଚାଷ କରିଥିବା ପୋଖରୀରେ ଭଲ ମାଛ ହେଉଛନ୍ତି ବୋଲି ସେ କହିଛନ୍ତି। ସେ ପାଖ ଅଞ୍ଚଳର ୨୫ ଜଣ ଲୋକଙ୍କୁ ନିଯୁକ୍ତି ଦେଇପାରିଛନ୍ତି। ଏହି ପର୍ଯ୍ୟାୟରେ ସେ ବାର୍ଷିକ ୨୫ ରୁ ୩୦ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×