୧୪ ଖରିଫ ଫସଲର ଏମଏସପି ଅନୁମୋଦିତ, ଧାନ କ୍ବିଣ୍ଟାଲ ପିଛା ୨,୩୦୦ ଟଙ୍କା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଧାନ, ରାଗି, ମିଲେଟ, ବାଜରା, ମକା ଏବଂ କପା ସମେତ ୧୪ଟି ଖରିଫ ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ(ଏମଏସପି) ଅନୁମୋଦନ କରାଯାଇଛି। ଧାନର ନୂତନ ଏମଏସପି ୨,୩୦୦ ଟଙ୍କା ହୋଇଛି। ଯାହା ପୂର୍ବ ଏମଏସପି ତୁଳନାରେ ୧୧୭ ଟଙ୍କା ଅଧିକ। ୨୦୨୩-୨୪ ମସିହାରେ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରୁ ୨୦୨୪-୨୫ରେ ୨,୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂର୍ଯ୍ୟମୁଖୀ ମଞ୍ଜି ଉପରେ ଏମଏସପି କୁଇଣ୍ଟାଲ ପିଛା ୯୮୩ ଟଙ୍କା ବୃଦ୍ଧି କରାଯାଇଛି ରାଶି ଉପରେ ଏମଏସପି କୁଇଣ୍ଟାଲ ପିଛା ୬୩୨ ଟଙ୍କା ବୃଦ୍ଧି କରାଯାଇଛି । ମସୁର ଏବଂ ହରଡ଼ ଡାଲି ଉପରେ ଏମଏସପି କୁଇଣ୍ଟାଲ ପିଛା ୫୫୦ ଟଙ୍କା ବୃଦ୍ଧି କରାଯାଇଛି। କପା ଏମଏସପି ୫୦୧ ଟଙ୍କା ବୃଦ୍ଧି ପାଇଛି। ଏଥିସହ ସରକାର ଆହୁରି ଅନେକ ଗୁରୁତତ୍ୱପୂର୍ଣ ନିଷ୍ପତି ନେଇଛନ୍ତି, ଯଥା: ୨ ଲକ୍ଷ ଗୋଦାମ ନିର୍ମାଣ କାର୍ଯ୍ୟ ସରକାରଙ୍କ ଦ୍ୱାରା କରାଯିବ ମହାପାଲଗଡ-ବାଦୱାନ ବନ୍ଦର ପ୍ରକଳ୍ପର ଅନୁମୋଦନ। ମହାରାଷ୍ଟ୍ରର ୭୬,୦୦୦ କୋଟି ୱାଡୱାନ୍ ବନ୍ଦର ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରାଯାଇଛି। ସମାପ୍ତ ହେବା ପରେ ଏହି ବନ୍ଦର ଦୁନିଆର ଶ୍ରେଷ୍ଠ ୧୦ ଟି ବନ୍ଦର ମଧ୍ୟରେ ରହିବ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×