ଓଡ଼ିଶାର ଆଦିବାସୀ ଅଞ୍ଚଳରେ ପାରମ୍ପରିକ ଭାବରେ ଅତ୍ୟଧିକ ପୁଷ୍ଟିସାର ଜାତୀୟ ମିଲେଟ ଉତ୍ପାଦନ କରିବା ଏବଂ ମିଲେଟ୍ ଯୁକ୍ତ ଖାଦ୍ୟ ପ୍ରସ୍ତୁତ କରିବା ଆଦିବାସୀମାନଙ୍କ ପ୍ରମୁଖ ଲକ୍ଷ୍ୟ ରହିଆସିଛି। ଯାହାକି ସମସ୍ତ ଉତ୍ପାଦନ ଏବଂ ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀ ବିଶେଷ ମାତ୍ରାରେ ମହିଳାମାନଙ୍କ ଦ୍ବାରା ପରିଚାଳିତ କରାଯାଉଛି। ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପ୍ରଶିକ୍ଷଣ ପାଇ ମିଲେଟ୍ ଖାଦ୍ୟ ପ୍ରସ୍ତୁତ କରିବା ସହ ମିଲେଟ୍ ଆଉଟଲଟର ଦାୟିତ୍ଵ ତୁଲାଇ ରୋଜଗାରକ୍ଷମ ହୋଇପାରୁଛନ୍ତି।
ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମିଲେଟ୍ ସାହାଯ୍ୟରେ ଅନେକ ଖାଦ୍ୟ ପଦାର୍ଥ ଯଥା : ମୁଡକି, ମିକ୍ସଚର, ସମୋସା, ମିଠା ଜାତୀୟ ଖାଦ୍ୟ, ସ୍ନାକ୍ସ ଆଦି ପ୍ରସ୍ତୁତ କରି ମିଲେଟ୍ ଆଉଟଲଟରେ ବିକ୍ରି କରୁଛନ୍ତି। ଏତଦ୍ବ୍ୟତୀତ ରାଜ୍ୟ ଏବଂ ରାଜ୍ୟ ବାହାରେ ଅନୁଷ୍ଠିତ ହେଉଥିବା ଫୁଡ୍ ଫେଷ୍ଟିଭାଲରେ ମଧ୍ୟ ମିଲେଟ୍ ଜାତୀୟ ଖାଦ୍ୟ ପଦାର୍ଥର ପ୍ରଦର୍ଶନ ମଧ୍ୟ କରୁଛନ୍ତି।ଯାହାଦ୍ବାରା ସେମାନେ ରାଜ୍ୟ ଏବଂ ଦେଶରେ ନିଜକୁ ପରିଚିତ କରିବା ସହ ସ୍ବାବଲମ୍ବୀ ହେବାରେ ସକ୍ଷମ ହେଉଛନ୍ତି। ଏହି ଆଧାରରେ କଳାହାଣ୍ଡି ଜିଲ୍ଲାର ଭବାନପାଟଣାର କଲ୍ୟାଣୀ ସ୍ଵଂୟ ସହାୟକ ଗୋଷ୍ଠୀ ଏକ ଜ୍ୱଳନ୍ତ ଉଦାହରଣ ସାଜିଛି।
ତଥ୍ୟ ସଂଗୃହିତ – ଶ୍ରୀ ଅନ୍ନ ଅଭିଯାନ