ଅନେକ ଜିଲ୍ଲାର ଆଦିବାସୀ ସଂପ୍ରଦାୟର ଲୋକମାନେ ଶାଳପତ୍ରକୁ ରୋଜଗାରର ମୁଖ୍ୟ ଆଧାର ଭାବେ ପରିଚିତ କରିଛନ୍ତି, ଯାହାଦ୍ଵାରା ନିଜର ପେଟ ପୋଷିବା ସହ ନିଜର ପରିବାରକୁ ଦାନା ଯୋଗାଇ ପାରୁଛନ୍ତି। ଆଦିବାସୀ ପରିବାରର ସମସ୍ତ ସଦସ୍ୟମାନେ ମିଳିମିଶି ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରୁଛନ୍ତି, ଏହାକୁ ବିକ୍ରୀକରି ରୋଜଗାରକ୍ଷମ ମଧ୍ୟ ହୋଇପାରୁଛନ୍ତି। ଓଡ଼ିଶାରେ ସାଧାରଣତଃ ଶାଳପତ୍ରକୁ ବିଶେଷ ପ୍ରାଧାନ୍ୟତା ଦିଆଯାଉଛି, କିନ୍ତୁ ସରକାର ଏଥିପାଇଁ କିଛି ବଜାର ବ୍ୟବସ୍ଥା କରିନାହାନ୍ତି ଯାହାଦ୍ଵାରା ଆଦିବାସୀମାନେ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ଅଧିକ ଲାଭବାନ ହୋଇପାରୁନାହିଁ।
ବଜାରରେ ପ୍ଲାଷ୍ଟିକ ର ଚାହିଦା ଓ ବ୍ୟବହାର ଅଧିକ ଥିବାରୁ ଶାଳପତ୍ରରେ ପ୍ରସ୍ତୁତ ପତ୍ର ଏବଂ ଦୁନାର ଚାହିଦା ହ୍ରାସ ପାଇବାରେ ଲାଗିଛି। ପ୍ରତ୍ୟେକ ସାମଗ୍ରୀର ଦରଦାମ ବୃଦ୍ଧି ଘଟିଥିବାବେଳେ ସରକାରୀ ସ୍ତରରେ ଶାଳପତ୍ରର ଉଚିତ୍ ଦରଦାମ ସ୍ଥିର କରାଯାଇପାରିନାହିଁ, ଯାହାକି ଆଦିବାସୀଙ୍କ ପରିଶ୍ରମର ସଠିକ୍ ଫଳ ମିଳିପାରୁନାହିଁ। ଏଥିପ୍ରତି ସରକାର କିଛି ପଦକ୍ଷେପ ନେଲେ ଆଦିବାସୀମାନେ ଉପକୃତ ହୋଇ ଅଧିକରୁ ଅଧିକ ପରିଶ୍ରମ କରି ନିଜର ରୋଜଗାର ବଢ଼ାଇବା ସହ ବଜାରରେ ଏହାର ଚାହିଦା ମଧ୍ୟ ବଢ଼ିପାରିବ। ତେଣୁ ଏଥିପାଇଁ ସରକାରୀ ମଣ୍ଡି କିମ୍ବା ଉତ୍ତମ ବିକ୍ରୟ କେନ୍ଦ୍ର ଆବଶ୍ୟକ।
ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ