ବଢୁଛି ମିଲେଟ ରୁ ପ୍ରସ୍ତୁତ ଖାଦ୍ୟର ଚାହିଦା

ସୁନ୍ଦର ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ଆବଶ୍ୟକ। ଗହମ ଅଟା ଓ ମାଇଦାଯୁକ୍ତ ଖାଦ୍ୟରେ ଶର୍କରା ପରିମାଣ ଅଧିକ ଥାଏ। ସେଥିପାଇଁ ମଧୁମେହ, ମେଦବହୁଲତା ଓ ହୃଦଜାତୀୟ ସମସ୍ୟା ବଢୁଛି। ମିଲେଟ୍ସ ବା ମାଣ୍ଡିଆ, ବାଜରା ଜାତୀୟ ଶସ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ ଚାଷୀଙ୍କ ପାଇଁ ଲାଭଜନକ। ଏହା ମଧ୍ୟ ପରିବେଶ ଅନୁକୂଳ। ମିଲେଟ୍ସରେ ପ୍ରଚୁର ପରିମାଣରେ ଶକ୍ତି ଉତ୍ସ ରହିଛି। ମିଲେଟ୍ସର କେତେକ ଗୁରୁତ୍ୱପୂର୍ଣ୍ଣ ଲାଭ ହେଉଛି – ଏହା ଉଚ୍ଚ ପ୍ରୋଟିନଯୁକ୍ତ, ଗ୍ଲୁଟେନ-ମୁକ୍ତ, ଗ୍ଲାଇସେମିକ ପରିମାଣରେ ରେ କମ୍ ଏବଂ ଫାଇବର ଆହାରରେ ସମୃଦ୍ଧ।

ମିଲେଟର ବହୁ ଔଷଦିୟ ଗୁଣ ରହିଛି । ନିୟମିତ ମିଲେଟ ଖାଇବା ଦ୍ୱାରା ବିଭିନ୍ନ ରୋଗ ଦୁର ହୋଇଥାଏ । ଯେଉଁ ଜାଗାରେ ଧାନ ଚାଷ ପାଇଁ ଉତ୍ତମ ମୃତ୍ତିକା ନଥାଏ ସେଠାରେ ମିଲେଟ୍ ଚାଷ କରାଯାଉଛି । ଏଣୁ ଆମେ ଯଦି ଏହି ମିଲେଟକୁ ଖାଦ୍ୟ ଭାବେ ଗ୍ରହଣ କରୁଛେ ତେବେ ଏହାଦ୍ବାରା ନିଜର ସ୍ୱାସ୍ଥ୍ୟକୁ ସୁଧାରିଥାଏ ତାହା ନୁହେଁ ବରଂ ଗରିବ କୃଷକର ସହାୟତା ମଧ୍ୟ କରିଥାଏ । ଏହାକୁ ବିଶ୍ବରେ ସୁପର ଫୁଡ୍ ବୋଲି ମଧ୍ୟ କୁହାଯାଉଛି। ସ୍ଲିମ୍ ଚେହେରା ପାଇଁ ବାଜରା ରୁଟି ଏବଂ ମଲ୍ଟିଗେନ୍ ବ୍ରେଡର ଚାହିଦା ବଢୁଛି, କାରଣ ଏଥିରେ ଶର୍କରା ପରିମାଣ କମ୍ ରହିଛି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×