ଉଦଘାଟିତ ହେଲା ଦେଶର ସର୍ବବୃହତ ଫ୍ରେଞ୍ଚ୍ ଫ୍ରାଇଜ କାରଖାନା

ଓଡ଼ିଶାର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଫାଲକନ ଗ୍ରୁପ ପକ୍ଷରୁ ଫାଲକନ ଏଗ୍ରିଫ୍ରିଜ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ ଜରିଆରେ ଗୁଜରାଟର ମେହସାନାରେ ନୂତନ ଭାବେ ଦେଶର ସର୍ବବୃହତ୍ ଫ୍ରେଞ୍ଚ ଫ୍ରାଇଜ କାରଖାନା ସ୍ଥାପନ କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଉଦଘାଟନ କରିଛନ୍ତି। ଦୁଇ ବର୍ଷ ମଧ୍ୟରେ ସ୍ଥାପନ କରାଯାଇଥିବା ଏହି କାରଖାନାର ଉତ୍ପାଦନ କ୍ଷମତା ଘଣ୍ଟା ପିଛା ୧୫ ଟନ ଫ୍ରେଞ୍ଚ ଫ୍ରାଇଜ ଓ ୩.୫ ଟନର ଆଳୁରୁ ପ୍ରସ୍ତୁତ ସ୍ଵତନ୍ତ୍ର ଉତ୍ପାଦ ରହିଛି। ଏହି କାରଖାନା ପାଇଁ ୬୫୦ କୋଟି ଟଙ୍କାରୁ ଅଧିକ ନିବେଶ କରାଯାଇଛି।

ଏହି ଅବସରରେ ଫାଲକନ୍ ଗ୍ରୁପ୍ ଅଧ୍ୟକ୍ଷ ତାରା ରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଭାରତର କୃଷି କ୍ଷେତ୍ରରେ ଗୁଜରାଟ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଫାଲକନ୍ ପାଇଁ ଏହା ଏକ ସ୍ୱାଭାବିକ ବିକଳ୍ପ ଥିଲା। ରାଜ୍ୟର ପ୍ରଚୁର ଆଳୁ ଉତ୍ପାଦନ, ଦୃଢ଼ କୃଷି ସମ୍ପ୍ରଦାୟ ଏବଂ ବ୍ୟବସାୟ ଅନୁକୂଳ ଜଳବାୟୁ ଏହାକୁ ଆମର ପ୍ରମୁଖ ଫ୍ୟାସିଲିଟି କାରଖାନା ନିର୍ମାଣ କରିବା ପାଇଁ ଉପଯୁକ୍ତ ସ୍ଥାନ କରିଥିଲା। ଏହି କାରଖାନା ବିଶ୍ୱସ୍ତରୀୟ ପ୍ରତିଯୋଗୀ ତଥା ଭାରତ ଦ୍ଵାରା ନେତୃତ୍ୱାଧୀନ ଉଦ୍ୟୋଗ ଗଠନ ପ୍ରତି ଆମର ପ୍ରତିବଦ୍ଧତାରେ ଏକ ସାହସିକ ପଦକ୍ଷେପ ବୋଲି କୁହାଯାଇଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×