ଆଜି ବରଗଡ଼ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ବାଣ୍ଟିବେ କୃଷି ସମ୍ମାନନିଧି ଯୋଜନା କିସ୍ତି

ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବରଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି। ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଓଡ଼ିଶାର ମେରୁଦଣ୍ଡ ବରଗଡ଼ ଜିଲ୍ଲାରେ ଉପସ୍ଥିତ ରହି ଏହାର ଲୋକାର୍ପଣ କରିବା ସହ ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରିବା କରିବେ। ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ସହାୟତା ବଣ୍ଟନ କରିବାକୁ ଆସୁଥିବାରୁ ଧନର ଦର କ୍ଵିଣ୍ଟାଲ ପ୍ରତି ୩୧୦୦ ହେବାର ସମ୍ଭାବନା ଚାଷୀଙ୍କୁ ଆଶ୍ଵସ୍ତି ଦେଇଛି। ଏଥିପାଇଁ ଚାଷୀମାନେ ଉତ୍ସାହିତ ଥିବା ସହ ନବନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ସହ କିଛି ସମୟ ବିତାଇବା ପାଇଁ ଆନନ୍ଦ ପ୍ରକାଶ ମଧ୍ୟ କରିଛନ୍ତି।

ଆଜି ଚାଷୀଙ୍କ ଖାତାକୁ ଯିବ ପିଏମ କିଷାନ ଟଙ୍କା। ଚାଷୀଙ୍କୁ ମିଳିବ ୨ ହଜାର ଟଙ୍କା। ଦେଶର ୯ କୋଟି ୨୬ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦ କୋଟି ଟଙ୍କା ଯିବ। ଏହି ଅବସରରେ ଆଜି ବରଗଡ଼ ଜିଲ୍ଲାରେ ରାଜ୍ୟ ସ୍ତରୀୟ ପିଏମ କିଶାନ ଉତ୍ସବ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଥର ପାଇଁ ଜିଲ୍ଲା ଗସ୍ତ କରି ଏହି ଉତ୍ସବରେ ଯୋଗ ଦେବେ। ଆଜି ବାରଣାସୀ ସଭାରୁ ମଧ୍ୟ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ତମ ପିଏମ କିସାନ କିସ୍ତି ପ୍ରଦାନ କରିବେ।ଓଡ଼ିଆର ମାନ୍ୟବର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଚାଷୀମାନଙ୍କ ପାଇଁ ତାଙ୍କ ପ୍ରଥମ ଉପହାର ପିଏମ କିସାନ୍ ମାଧ୍ୟମରେ ପ୍ରଦାନ କରିବେ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×