ଚାଷୀ ସଚେତନତା ରଥର ଶୁଭାରମ୍ଭ କଲେ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ଉଚ୍ଚ ଶିକ୍ଷା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଯୁବ ସେବା ଓ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୨୦୨୫ ଓ ୨୬ ବର୍ଷ ପାଇଁ ଚାଷୀ ସଚେତନତା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସୂଚନା ଯୋଗ୍ୟ ଆସନ୍ତା ୨୦୨୬ ଜାନୁଆରୀ ୫ ତାରିଖ ରେ ଜିଲ୍ଲାରେ ଧାନ ମଣ୍ଡି ଶୁଭାରମ୍ଭ ହେବା ଅବସରରେ ଜିଲ୍ଲାର ସାତଟି ବ୍ଲକ ରେ ଆଗୁଆ ଏହି ସଚେତନତା ରଥ ପରିକ୍ରମା କରି ଚାଷୀ ମାନଙ୍କୁ ଅବଗତ କରିବ ବୋଲି ଜଣାପଡିଛି।

ଜିଲ୍ଲାରେ ୧୩ ଲକ୍ଷ ୩୦ ହଜାର କ୍ଵିଣ୍ଟାଲ ଧାନ ଚାଷୀଙ୍କ ଠାରୁ କ୍ରୟ କରିବାର ଧାର୍ଯ୍ୟ ଲକ୍ଷ୍ୟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମଗ୍ର ଭଦ୍ରକ ଜିଲ୍ଲାରେ ୯୬ ହଜାର ୨୩୨ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ ସଚେତନତା ରଥ ଚାଷୀଙ୍କୁ ସଚେତନ କରିବା ସହ ଧାନ କ୍ଵିଣ୍ଟାଲ ୩ ହଜାର ୧ ଶହ ଟଙ୍କା ଇନ୍ ପୁଟ ସହ ଚାଷୀ ପାଇବେ, ସରକାରଙ୍କ ଆଭିମୁଖ୍ୟ କଟନି ଛଟନି ବନ୍ଦ କରିବା ଏବଂ ଜଣେ ହେଲେ ଚାଷୀ ଧାନ ବିକ୍ରି ସମୟରେ କୌଣସି ଅସୁବିଧାରେ ସମ୍ମୁଖୀନ ହେବାକୁ ଦିଆଯିବ ନାହିଁ। ଏହି ସଚେତନତା ରଥ ଚାଷୀ ମାନଙ୍କ ଦ୍ଵାରା ଉତ୍ପାଦିତ ଫସଲ କିଣିବା ଯାଏଁ ଗଡିବ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×