ସୂର୍ଯ୍ୟମୁଖୀ ଫୁଲ ଚାଷ ଦେଉଛି ଅବିଶ୍ଵସନିୟ ସଫଳତା

0

ଓଡିଶାରେ ଚାଷ ହେଉଥିବା ପ୍ରମୁଖ ତୈଳବୀଜ ଫସଲ ମଧ୍ୟରୁ ସୂର୍ଯ୍ୟମୁଖୀ ହେଉଛି ସ୍ୱତନ୍ତ୍ର। ମୁଖ୍ୟତଃ ଏହାର ତେଲ ପାଇଁ ସୂର୍ଯ୍ୟମୁଖୀ ଚାଷ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି ଅନେକ ଚାଷୀ। ସୂର୍ଯ୍ୟମୁଖୀ ଚାଷ ଅଙ୍କୁର ଏବଂ ବିହନ ବୃଦ୍ଧି ସମୟରେ ଏକ ଶୀତଳ ଜଳବାୟୁ ଆବଶ୍ୟକ କରିଥାଏ। ବିହନ ମଞ୍ଜିରୁ ଫୁଲ ନହେବା ପର୍ଯ୍ୟନ୍ତ ଉଷ୍ମ ପାଣିପାଗ ଏବଂ ଫୁଲ ଫୁଟିବା ସମୟରେ ଏବଂ ଖରାଦିନେ କିମ୍ବା ଶୁଖିଲା ପାଗରେ ଏହାର ପରିପକ୍ୱତା ହୋଇଥାଏ। ଏବେ ଚାଷୀଙ୍କୁ ଏହି ଫୁଲ ଚାଷ ଦ୍ଵିଗୁଣ ଅଧିକ ଲାଭ ପ୍ରଦାନ କରୁଛି। ଆଜିର ଦିନରେ ଜଣେ ଚାଷୀ କମ ଖର୍ଚ୍ଚରେ ଅଧିକ ରୋଜଗାର ପାଉଛି ଏବଂ ଏହି ଫୁଲ ଚାଷ ପ୍ରାୟତଃ ଅନେକ ଜିଲ୍ଲାରେ ହେଉଥିବା ଦେଖିବାକୁ ମିଳୁଛି।

nano urea

ସେହିପରି ଭଦ୍ରକ ଜିଲ୍ଲା ନନ୍ଦୋରର ସନଫ୍ଲାୱର୍ ଉତ୍ପାଦକ ଗୋଷ୍ଠୀ କୃଷି ଭିତ୍ତିକ କାର୍ଯ୍ୟକଳାପକୁ ନିଜର ଜୀବନ ଜୀବିକା ଭାବେ ଗ୍ରହଣ କରିଛନ୍ତି। ମିଶନ ଶକ୍ତି ମାଧ୍ୟମରେ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତାରେ ଏହି ଉତ୍ପାଦକ ଗୋଷ୍ଠୀ ୭୦ ଏକର ଜମିରେ ସୂର୍ଯ୍ୟମୁଖୀ ଫୁଲ ଚାଷରେ ବିଶେଷ ସଫଳତା ହାସଲ କରିଛି। ଏକର ପିଛା ୫୦ କ୍ୱିଣ୍ଟାଲ୍ ଉତ୍ପାଦନ ସହ ଗତ ବର୍ଷ ଏହି ଗୋଷ୍ଠୀ ୨୫ ଲକ୍ଷ ଟଙ୍କା ଆୟ କରିଛି। ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଉଚ୍ଚମାନର ସୂର୍ଯ୍ୟମୁଖୀ ତେଲ ବଜାରରେ ଭଲ ଚାହିଦା ସୃଷ୍ଟି କରିପାରିଛି। ନନ୍ଦୋର ସନଫ୍ଲାୱର୍ ଉତ୍ପାଦକ ଗୋଷ୍ଠୀର ସ୍ଥାୟୀତ୍ୱ ଓ ଅର୍ଥନୈତିକ ପ୍ରଗତି ଆଖ ପାଖର ମା’ ମାନଙ୍କୁ ପାଇଁ ବିଶେଷ ପ୍ରେରଣାଦାୟୀ ହୋଇପାରିଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Leave A Reply

Your email address will not be published.

1 + ten =