ସଫଳ ମାଣ୍ଡିଆ ଚାଷୀ ଭକ୍ତି ହରିଜନଙ୍କ ସଫଳତା

ରାଜ୍ୟ ସରକାର ଓଡିଶା ମିଲେଟ୍‌ ମିଶନ ଏବଂ ଶ୍ରୀ ଅନ୍ନ ଅଭିଯାନ ଜରିଆରେ ମାଣ୍ଡିଆ ଚାଷକୁ ଅଗ୍ରାଧିକାର ଦେଇ ଆସୁଛନ୍ତି। ଏହାକୁ ଲକ୍ଷ୍ୟ କରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପଦ୍ମଥପା ଗାଁ’ର ଭକ୍ତି ହରିଜନ ଜଣେ ସଫଳ ଚାଷୀ ଭାବେ ପରିଗଣିତ ହୋଇଛନ୍ତି। ତାଙ୍କୁ ଖୁବ୍ କମ୍ ବୟସ ହେଇଥିଲେ ମଧ୍ୟ ସେ ପାଠପଢା ସହ ମାଣ୍ଡିଆ ଚାଷକୁ ଆପଣେଇ ନେଇଛନ୍ତି। ଭକ୍ତି ବ୍ୟକ୍ତିଗତ ଭାବେ ଚାଷ କାର୍ଯ୍ୟ କରିବା ସହ ନିଜ ଅଞ୍ଚଳର ମା ସାରଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ମିଳିତ ଭାବେ ମାଣ୍ଡିଆ ଚାଷ କରୁଛନ୍ତି। ଉତ୍ପାଦିତ ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରି ଉପଯୁକ୍ତ ମୂଲ୍ୟ ପାଇଁ ଲାଭବାନ ହୋଇପାରିଛନ୍ତି।

ଏହା ବ୍ୟତୀତ ଶ୍ରୀ ଅନ୍ନ ଅଭିଯାନ ତରଫରୁ ମା ସାରଳା ସ୍ଵଂୟ ସହାୟକ ଗୋଷ୍ଠୀକୁ ମିଳିଥିବା ପଲଭରାଇଜର ଯନ୍ତ୍ରରେ ମାଣ୍ଡିଆ ଚୁନା କରି ବଜାରରେ ବିକ୍ରି କରୁଛନ୍ତି। ଯାହାଦ୍ୱାରା ସେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ନିଜର ପରିଶ୍ରମ ଏବଂ ସ୍ବାବଲମ୍ବୀ ହେବାର ପ୍ରୟାସ ତାଙ୍କୁ ଆଜି ସମଗ୍ର ରାଜ୍ୟ ଏବଂ ଦେଶରେ ସଫଳ ଚାଷୀ ଭାବେ ଦେଖିବାକୁ ପାଇଛି। ମାଣ୍ଡିଆ ଆମର ପାରମ୍ପରିକ ଚାଷ ହୋଇଥିଲେ ମଧ୍ୟ ଉନ୍ନତ ପ୍ରଣାଳୀରେ ଚାଷ କରି ଏହାର ଉତ୍ପାଦନ ବୃଦ୍ଧି କରାଯାଇ ପାରିବ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×