ଉଦଯାପିତ ହୋଇଛି ସୁଭଦ୍ରା ଶକ୍ତି ମେଳା ୨୦୨୫

ଭୁବନେଶ୍ଵରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ‘ସୁଭଦ୍ରା ଶକ୍ତି ମେଳା-୨୦୨୫’ ଉଦଯାପିତ ହୋଇଯାଇଛି। ନଭେମ୍ବର ୧ ରୁ ଆରମ୍ଭ ହୋଇଥିବା ଏହି ମେଳା ନଭେମ୍ବର ୧୨ ତାରିଖରେ ଶେଷ ହୋଇଛି। ଏହି ମେଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୩୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଭାଗନେଇ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ ଓ ବିକ୍ରି କରିଥିଲେ। ଏହି ମେଳାରେ ପାଖାପାଖି ୧୨ କୋଟିରୁ ଅଧିକ ଟଙ୍କାର କାରବାର କରାଯାଇଛି। ଏହା ପୂର୍ବ ବର୍ଷ ଅପେକ୍ଷା ଦୁଇ ଗୁଣ ବୋଲି ଆକଳନ କରାଯାଇଛି।

ସୁଭଦ୍ରା ଶକ୍ତି ମେଳାରେ ୬୯ ପ୍ରଥମ ଥର ଅଂଶଗ୍ରହଣକାରୀ ଗୋଷ୍ଠୀଙ୍କୁ ମାନପତ୍ର ସହ ୧୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଚଳିତ ବର୍ଷ ଏହି ମେଳାରେ ପ୍ରମୁଖ ଆକର୍ଷଣ ଥିଲା ଓଡ଼ିଶାର ହସ୍ତତନ୍ତ ଓ ପାରମ୍ପରିକ ଗହଣା ପରିହିତ ମଡେଲଙ୍କ ଫ୍ୟାସନ ଶୋ।ଆସନ୍ତା ୨୦୨୬ ମସିହାରୁ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଏହି ମହୋତ୍ସବ ଆୟୋଜନ କରାଯିବା ସହ ଇଣ୍ଡୋନେସିଆ ବାଲିରେ ମଧ୍ୟ ସୁଭଦ୍ରା ଶକ୍ତି ମେଳା ଆୟୋଜନ କରାଯିବ। ଆସନ୍ତା ବର୍ଷ ସୁଭଦ୍ରା ଭଉଣୀମାନେ ବ୍ୟବସାୟ ପାଇଁ ଇଣ୍ଡୋନେସିଆ ମଧ୍ୟ ଯିବେ। ୧୨ ଦିନ ଧରି ଚାଲିଥିବା ଏହି ମେଳା ଓଡ଼ିଶାକୁ ଏକ ନୂତନ ପରିଚୟ ଦେଇପାରିଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×