ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ସୁଭଦ୍ରା

ରାଜ୍ୟରେ ପୁରୁଷଙ୍କ ଠାରୁ ମହିଳାମାନେ ଚାଷରେ ବହୁ ଅଗ୍ରଣୀ ରହିଛନ୍ତି। ଅଧିକାଂଶ ଜିଲ୍ଲାରେ ମହିଳାମାନେ ଫଳ, ପନିପରିବା, ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଉତ୍ପାଦନ କରି ନିଜେ ସ୍ବାବଲମ୍ବୀ ହୋଇପାରିଛନ୍ତି। ଭଲ ଅର୍ଥ ଉପାର୍ଜନ କରି ନିଜର ପରିବାର ପ୍ରତିପୋଷଣ କରିପାରୁଛନ୍ତି। ସରକାରଙ୍କ ଦ୍ଵାରା ବିଭିନ୍ନ ଆର୍ଥିକ ସହାୟତା ମଧ୍ୟରେ ସୁଭଦ୍ରା ଯୋଜନା ମାଧ୍ୟମରେ ମିଳୁଥିବା ଟଙ୍କା ସେମାନଙ୍କୁ ଚାଷ କାର୍ଯ୍ୟରେ ସହାୟତା ଯୋଗଉଛି। ଏହି ଅର୍ଥ ଉପଯୋଗ କରି ବର୍ତ୍ତମାନ କେଉଁଝର ଜିଲ୍ଲା ପାଟଣା ବ୍ଲକର ତିଆନାଳୀ ଗ୍ରାମର ୩ ଜଣ ମହିଳା ସୁଭଦ୍ରା ଟଙ୍କା ସାହାଯ୍ୟରେ ଚାଷ ଏବଂ ଅନ୍ୟ ବ୍ୟବସାୟ କରି ସ୍ବାବଲମ୍ବୀ ହୋଇପାରିଛନ୍ତି।

ଉଦ୍ଯୋଗୀ ମହିଳାମାନେ ବିଭିନ୍ନ ପ୍ରକାର ଚାଷ ଯଥା : ଆଳୁ, ବୋଇତାଲୁ, ତରଭୁଜ, କଦଳୀ ଆଦି ଏବଂ ଟେଲର ସିଲେଇ କରୁଛନ୍ତି। ପ୍ରଥମ କିସ୍ତି ସୁଭଦ୍ରା ପଇସା ପାଇବା ପରେ ସେମାନେ ଏସବୁ କରିବା ଆରମ୍ଭ କରିଥିଲେ, ପରେ ଦ୍ଵିତୀୟ କିସ୍ତିରେ ସାର, କୀଟନାଶକ ପ୍ରୟୋଗ କରି ଚାଷ କାର୍ଯ୍ୟ ସମ୍ପାଦନ କରିଥିଲେ। ଉତ୍ପାଦିତ ଦ୍ରବ୍ୟକୁ ବଜାରରେ ବିକ୍ରି କରି ସେମାନେ ନିଜର ପରିବାର ପ୍ରତିପୋଷଣ କରିପାରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମହିଳା ସିଲେଇ ମେସିନ କିଣି ସିଲେଇ କାର୍ଯ୍ୟ କରି ମଧ୍ୟ ଭଲ ରୋଜଗାରକ୍ଷମ ହୋଇପାରିଛନ୍ତି।ଏହି ସଫଳତାକୁ ଦେଖି ସରକାର ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×