ଚାଷୀଙ୍କୁ ସ୍ବାବଲମ୍ବୀ କରୁଛି ସୁବର୍ଣ୍ଣରେଖା ଏଫପିଓ

କୃଷିକୁ ଜୀବନର ମୂଳମନ୍ତ୍ର କରିଥିବା ଚାଷୀମାନଙ୍କ ଜୀବିକାକୁ ସୁରକ୍ଷିତ ଓ ସୁନିଶ୍ଚିତ କରିବା ନିମନ୍ତେ କୃଷକ ଉତ୍ପାଦକ କମ୍ପାନୀମାନେ ସର୍ବଦା ପ୍ରୟାସରତ ରହିଥିବା ବେଳେ ୨୦୧୬ ମସିହା ଜାନୁୟାରୀରେ ଗଠିତ ହୋଇଥିବା ବାଲେଶ୍ଵର ଜିଲ୍ଲାର ବାଲିଆପାଳ ବ୍ଲକରେ ଅବସ୍ଥିତ ସୁବର୍ଣ୍ଣରେଖା କୃଷକ ଉତ୍ପାଦକ କମ୍ପାନୀ ଅନ୍ୟତମ। ସମୃଦ୍ଧିର ଧାରାରେ ଅଗ୍ରସର ହେଉଥିବା ଏହି କମ୍ପାନୀର ବର୍ତ୍ତମାନର ବାର୍ଷିକ କାରବାର ୫୦ ଲକ୍ଷ ଟଙ୍କାରେ ପହଞ୍ଚି ସାରିଲାଣି। ଏହି କମ୍ପାନୀର ଉଲ୍ଲେଖନୀୟ କାର୍ଯ୍ୟ ପ୍ରଦର୍ଶନ ନିମନ୍ତେ ୨୦୨୩ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ୬୨ ତମ ପ୍ରତିଷ୍ଠା ଦିବସରେ ସର୍ବଶ୍ରେଷ୍ଠ ଏଫପିଓ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା।

କୃଷି ଓ କୃଷକ ସଶକ୍ତିକରଣ କ୍ଷେତ୍ରରେ ଏଫପିଓ ର ସମସ୍ତ ସଫଳ କାର୍ଯ୍ୟ ପ୍ରଦର୍ଶନ ଫଳରେ କୃଷକ ଓ ସମ୍ପ୍ରଦାୟ ଉପରେ ଏକ ସକରାତ୍ମକ ପ୍ରଭାବ ପଡିଛି। ସଦସ୍ୟତା ଗ୍ରହଣ କରିବା ସହିତ ସେମାନଙ୍କ ଆୟ ଓ ଜୀବନଶୈଳୀରେ ଦୃଷ୍ଟିଗତ ପରିବର୍ତ୍ତନ ଏବଂ ଜୈବିକ କୃଷି ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ସୁବର୍ଣ୍ଣରେଖା ଏଫପିଓ ର ନିଜସ୍ଵ କାର୍ଯ୍ୟାଳୟ କାର୍ଯ୍ୟାଳୟ ଭବନ ନିର୍ମାଣ, ସଂରକ୍ଷଣ ନିମନ୍ତେ ଗୋଦାମ ପ୍ରତିଷ୍ଠା, ଡାଲି ଓ ତେଲ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ଏବଂ କାର୍ଯ୍ୟକଳାପକୁ ବିସ୍ତାର କରିବା ପାଇଁ ଅଂଶୀଦାରମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଦିଗରେ କାର୍ଯ୍ୟରତ।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×