ଷ୍ଟ୍ରବେରୀ ଚାଷ ପାଲଟିଛି ଆତ୍ମନିର୍ଭରଶୀଳତାର ମାଧ୍ୟମ

   କନ୍ଧମାଳ ଜିଲ୍ଲାର ଷ୍ଟ୍ରବେରୀ ଚାଷ ଚାଷୀଙ୍କୁ ଅଧିକ ରୋଜଗାର ଦେଉଛି। ଅଧିକ ଲାଭ ଦେଉଥିବାରୁ ଜିଲ୍ଲାରେ ଧାନ, ହଳଦୀ, ଅଦା ଭଳି ଅନେକ ଚାଷ କରାଯାଉଥିଲେ ମଧ୍ୟ ଚାଷୀମାନେ ଷ୍ଟ୍ରବେରୀ ଚାଷ ପାଇଁ ମନ ବଳାଉଛନ୍ତି। କନ୍ଧମାଳ ଜିଲ୍ଲାର ଅନେକ ଚାଷୀ ଷ୍ଟ୍ରବେରୀ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି। ଫିରିଙ୍ଗିଆ ବ୍ଲକ୍ କାଶୀନିପଦର ପଞ୍ଚାୟତ ପଞ୍ଚାୟତ ଗୁଡୁଗାର ଚାଷୀ ତୁମ୍ବେଶ୍ୱର କହଁର ପ୍ରାୟ ୫ ଏକର ଜମିରେ କୃଷି ବିଭାଗର ସହଯୋଗରେ ଅନେକ ଫଳ ଓ ପନିପରିବା ଚାଷ କରି ନିଜକୁ ଏକ ସଫଳ ଚାଷୀ ଭାବେ ପରିଚିତ କରିପାରିଛନ୍ତି। ନିଜ ଜମିରେ ଆମ୍ବ, କଦଳୀ, ଅଦା, ହଳଦୀ ଆଦି ଚାଷ କରିଛନ୍ତି।

ସେ ଗତ ବର୍ଷ ଫଳ ଓ ପନିପରିବା ଚାଷ କରି ଲାଭବାନ ହୋଇଥିବା ସହ, ଚଳିତ ବର୍ଷ କିଛି ଜମିରେ ଷ୍ଟ୍ରବେରୀ ଚାଷ ମଧ୍ୟ କରିଛନ୍ତି। ତାଙ୍କ ଉତ୍ପାଦିତ ଷ୍ଟ୍ରବେରୀ ଚଳିତ ବର୍ଷ ଆଦିବାସୀ ମେଳାରେ ଦେଖିବାକୁ ମିଳିଥିଲା। ଏହାଦ୍ବାରା ସେ ଭଲ ଅର୍ଥ ଉପାର୍ଜନ କରିପାରିଛନ୍ତି। ସାଧାରଣତଃ ଷ୍ଟ୍ରବେରୀ ଚାଷ ସୁବିଧା ଓ ଲାଭଜନକ ଚାଷ ହୋଇଥିବାରୁ ସେ ପୁଣି ଚାଷ କରିବାକୁ ମନ ବଳାଇଛନ୍ତି। କେବଳ ଅର୍ଥ ଉପାର୍ଜନ ନୁହଁ, ବରଂ ଷ୍ଟ୍ରବେରୀ ଚାଷରୁ ଲାଭବାନ ହୋଇ ନିଜର ପରିବାର ପ୍ରତିପୋଷଣ କରିପାରୁଛନ୍ତି। ନିଜର କୃଷି ପଦ୍ଧତି ଏବଂ ସଫଳତା ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପ୍ରାପ୍ତ କରିପାରିଛନ୍ତି। ଏହା ନିଜ ପରିବାର ଏବଂ ରାଜ୍ୟ ପାଇଁ ଏକ ଗୌରବର ବିଷୟ ପାଲଟିଛି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×