ପୁଣି ଥରେ ଫୋକସ୍‌ରେ କୃଷି ଓ କୃଷକ

0

କୃଷି ଓ କୃଷକ ମାନଙ୍କ ବିକାଶକୁ ସୁବବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି ରାଜ୍ୟ ସରକାର । ଚାଷ ଜମିରେ ସବୁଜିମାର ମହକ ବୁଣିବା ଠାରୁ ଆରମ୍ଭ କରି ଚାଷୀଙ୍କ ହାତ ମୁଠାକୁ ସଶକ୍ତ କରିବା ଯାଏଁ ସୁବବେଳେ ରାଜ୍ୟ ସରକାରଙ୍କ ଫୋକସ୍‌ ରେ ଥାଏ କୃଷି । ଚାଷୀ ହିଁ ସମାଜ ଓ ସଭ୍ୟତାର ପ୍ରମୁଖ ସାରଥୀ । କୃଷିର ବିକାଶରେ କୃଷକର ବିକାଶ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଜି ରାଜ୍ୟର କୃଷକ ହୋଇଛନ୍ତି ସଶକ୍ତ । ଚାଷ ଜମିରେ ସବୁଜିମାର ବିପ୍ଲବ ଆଜି କଥା କହୁଛି । ଏ ଉପକ୍ରମରେ ବିଧାନସଭାରେ ଆଗତ ହୋଇଥିବା କାମଚଳା ବଜେଟରେ ପୁଣି ଥରେ କୃଷକ ମାନଙ୍କୁ ଅଗ୍ରାଧିକାର ଦେଇଛନ୍ତି ରାଜ୍ୟ ସରକାର ।

nano urea

ପୁଣିଥରେ କୃଷି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୨୯ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କୃଷକ ମାନଙ୍କ ବିକାଶକୁ ଅଗ୍ରାଧିକାର ଦେଇ ରାଜ୍ୟ ସରକାରଙ୍କ ଲୋକଭିମୁଖୀ ବଜେଟ ଏବେ ଚାଷୀଙ୍କ ଜୀବନ ଜୀବିକାରେ ସାହାଯ୍ୟ କରିଛି । ଏହା ସହ ଚଳିତ ବର୍ଷ ୧୭ ଶତକଡ଼ା ଅଧିକ ଅନୁଦାନ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଛି । ସମୟ ବଦଳିବା ସହ ଏବେ କୃଷିରେ ଉଦ୍ୟୋଗୀ ମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ଫସଲ ଚାଷ, ମାଛ ଚାଷ , ସମନ୍ୱିତ ଚାଷ ପ୍ରଭୃତିରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅନୁଦାନ ନିଶ୍ଚୟ ଭାବରେ ଏକ ଖୋରାକ ଯୋଗାଇବ । ଚାଷୀଙ୍କ ସହଜ ଓ ସୁବିଧାରେ ବିପଣନ ନିମନ୍ତେ ଧାନ କ୍ରୟ ନିମନ୍ତେ ୨ହଜାର କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଘୋଷଣା କରାଯାଇଛି । ଏହା ସହ ଖାଦ୍ୟ କ୍ରୟ ଷ୍ଟୋରେଜ ଓ ଗୋଦାମ ପରିଚାଳନା ନିମନ୍ତେ ୬୫୮ କୋଟି ଟଙ୍କା ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ଲାଗି ୨୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ସାରା ଦେଶରେ ଏକ ସୁଦୂରପ୍ରସାରୀ ଯୋଜନା ଭାବରେ କାଳିଆ ଏବେ ଚାଷୀଙ୍କ ପାଇଁ ବିକାଶର ବାର୍ତ୍ତା ସାଜିଛି । ତେବେ ଏହି କାଳିଆ ଯୋଜନାରେ ୧୯୩୫ କୋଟି ଟଙ୍କାର ଲାଭ ହସ୍ତାନ୍ତର କରାଯାଇଛି । ଚାଷ,ଋଣ ,ବୀମା, ଗବେଷଣା ପ୍ରଭୃତି ଦିଗରେ ପର୍ଯ୍ୟାପ୍ତ ପରିମାଣରେ ପାଣ୍ଠି ସରକାର ଘୋଷଣା କରିଛନ୍ତି । ମୁଖ୍ରମନ୍ତ୍ରୀ ମତ୍ସ୍ୟଜିବୀ କଲ୍ୟାଣ ଯୋଜନା ଅଧୀନରେ ୬୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଥିସହ ଉଦ୍ୟାନ କୃଷି ଦିଗରେ ବ୍ୟାପକ କାର୍ଯ୍ୟପନ୍ଥା ହାତକୁ ନିଆଯାଇଛି । ଏହି ଦିଗରେ ୪୮୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଫସଲ ଉତ୍ପାଦନ ପରିଚାଳନା ଦିଗରେ ୧୬୧୦ କୋଟି , କଫି ମିଶନ ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଛି । ସୌର ଜଳନିଧି ଯୋଜନା ଅନୁସାରେ ଚାଷ ଜମିକୁ ଜଳସେଚନ କରିବା ଦିଗରେ ୨୭୫ କୋଟି ଟଙ୍କା ଘୋଷଣା କରାଯାଇଛି ।

ସର୍ବୋପରି କୃଷି ଓ କୃଷକଙ୍କ ବହୁମୁଖୀ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ଏ ବଜେଟ ନିଶ୍ଚିତ ଭାବରେ ଏକ ମାଇଲଖୁଣ୍ଟ ସାଜିବ , ଏଥିରେ ସନ୍ଦେହ ନାହିଁ । ଚାଷୀଙ୍କ ସହ ହାତ ମିଶାଇ , ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରାଜ୍ୟର ପ୍ରଗତି ଦିଗରେ ଏହା ଏକ ବଡ଼ ଭୂମିକା ନେବ , ଏଥିରେ ସନ୍ଦେହ ନାହିଁ ।

Leave A Reply

Your email address will not be published.

1 × five =