ମୃତ୍ତିକା ସ୍ବାସ୍ଥ୍ୟ ମିଶନ ଆଣିବ କୃଷି କ୍ଷେତ୍ରରେ ପରିବର୍ତ୍ତନ

0

ରାଜ୍ୟରେ କୃଷିରେ ବଡ଼ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଖୁବ୍‌ଶୀଘ୍ର ମୃତ୍ତିକା ସ୍ବାସ୍ଥ୍ୟ ମିଶନ୍ ଆରମ୍ଭ କରିବାକୁ ଯାଉଛନ୍ତି । ମୃତ୍ତିକାର ସ୍ବାସ୍ଥ୍ୟ ପରୀକ୍ଷାଠାରୁ ଆରମ୍ଭ କରି ଚାଷ ସମ୍ପର୍କିତ ସମସ୍ୟାର ସମାଧାନ, ବୈଷିୟିକ ପରାମର୍ଶ ତଥା ଭଲ ଅମଳ ହେବା ପର୍ଯ୍ୟନ୍ତ କୃଷି ବିଭାଗ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବ । ସେହିପରି ଏହି ମିଶନ୍ ଅଧୀନରେ ଜୈବିକ ଚାଷକୁ ଗୁରୁତ୍ବ ମଧ୍ୟ ଦିଆଯିବ । ମୃତ୍ତିକାର ସ୍ବାସ୍ଥ୍ୟ ରିପୋର୍ଟ ଅନୁସାରେ କେଉଁ ପ୍ରକାର ସାର ବ୍ୟବ‌ହାର କରା‌ଯିବ, କେତେ ପରିମାଣରେ ସାର ଦିଆଯିବ, ସେ ନେଇ ଚାଷୀଙ୍କୁ ପରାମର୍ଶ ଦିଆଯିବ ।

nano urea

ମୃତ୍ତିକା ସ୍ବାସ୍ଥ୍ୟ ମିଶନ୍ ସମ୍ପର୍କରେ ଆଳି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ଵପୂର୍ଣ ବୈଠକରେ କୃଷି ଓ ମୃତ୍ତିକା ବିଶେଷଜ୍ଞମାନେ ନିଜ ନିଜ ମତ ରଖିଥ‌ିଲେ । ପୂର୍ବରୁ ମୃତ୍ତିକାର ଯତ୍ନ ପାଇଁ କୃଷି ବିଭାଗ ପଦକ୍ଷେପ ନେଇଛି ତେବେ ମୃତ୍ତିକା ମିଶନ୍ ରାଜ୍ୟର ପ୍ରତି କୋଣ ଅନୁକୋଣରେ ପହଞ୍ଚିବ ଚାଷୀମାନେ ନିଜ ଜମିରୁ ମୃତ୍ତିକା ନମୁନା ସଂଗ୍ରହ କରି ପଞ୍ଚାୟତରେ ପ‌ହଞ୍ଚାଇବେ । ସେଠାରେ ଭ୍ରାମ୍ୟମାଣ ପରୀକ୍ଷା ଭ୍ୟାନ୍‌ରେ କିମ୍ବା ଜିଲ୍ଲା ମୃତ୍ତିକା ପରୀକ୍ଷଣ କେନ୍ଦ୍ରକୁ ନମୁନା ଅଣାଯାଇ ପରୀକ୍ଷା କରାଯିବା ପରେ ଚାଷୀମାନଙ୍କୁ ମୂର୍ତ୍ତିକା ସ୍ବାସ୍ଥ୍ୟ ରିପୋର୍ଟ କାର୍ଡ ପ୍ରଦାନ କରାଯିବ । ରିପୋର୍ଟରେ ମାଟିର କିଛି ସମସ୍ୟା ଥିଲେ ତାହାର ସମାଧାନ ପାଇଁ କୃଷି ବିଭାଗ ପଦକ୍ଷେପ ନେବ । ମୃତ୍ତିକା ମିଶନ୍ କାର୍ଯ୍ୟାନ୍ବୟନରେ ଓୟୁଏଟି କଟକସ୍ଥିତ ଏନ୍‌ଆରଆରଆଇ, ହାଇଦ୍ରାବାଦସ୍ଥିତ ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ଭୋପାଳ ସ୍ଥିତ ଆଇଏସ୍ଏଚ୍ କୃଷି ବିଭାଗକୁ ବୈଷୟିକ ସହାୟତା ପ୍ରଦାନ କରିବେ । ଆଗକୁ ଏହା ଉପରେ ଅଧିକ ଆଲୋଚନା କରାଯିବା ପରେ ମିଶନର ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.

5 + five =