ଓଡ଼ିଶାର କୃଷି ଓ କୃଷକଙ୍କ ସଶକ୍ତିକରଣ କ୍ଷେତ୍ରରେ କାମ କରିବାର ସଙ୍କଳ୍ପ ନେଇ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଗଠନ ହୋଇଥିଲା। କୃଷିକୁ ସଠିକ୍ ରୂପ ଦେବା ଏବଂ କୃଷକମାନଙ୍କୁ ପ୍ରକୃତ ପରିଚୟ ଦେବା ଏହାର ଧର୍ମ। ଚାହୁଁ ଚାହୁଁ ଆଠ ବର୍ଷ ବିତିଗଲା। ଆଖିରେ ଆଖିଏ ସ୍ବପ୍ନ ନେଇ ୨୦୧୮ ଏପ୍ରିଲ ୧ ରେ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଜନ୍ମ ନେଇଥିଲା। ଓଡ଼ିଶାରେ କୃଷି ଓ କୃଷକ ମାନଙ୍କ ବିକାଶ ରେ ନିଜକୁ ନିୟୋଜିତ କରିବାର ଲକ୍ଷ୍ୟ ନେଇ ଆମେ ପଢୁଥିବା କୃଷି ବିଜ୍ଞାନର ପାଠ କୁ ଚାଷୀଙ୍କ ପାଖେ ପହଞ୍ଚାଇବା ଆମର ମୁଖ୍ୟ ଲକ୍ଷ୍ୟ ଥିଲା। କାହାକୁ ଜାଣି ନଥିବା , ଲୋକ ସମ୍ପର୍କ ନ ଥାଇ ଏବଂ ପାରଳଖେମୁଣ୍ଡି ପରି ଅଞ୍ଚଳରେ ପାଠ ପଢୁଥିବା ବେଳେ ଏହା ଜନ୍ମ ନେଇଥିଲା। କୃଷି ପତ୍ରିକା ଭାବେ ଏହାର ପ୍ରଥମ ସଂଖ୍ୟା ୨୦୧୮ ଏପ୍ରିଲ ୧ ଉତ୍କଳ ଦିବସ ରୁ ଶୁଭାରମ୍ଭ ହୋଇଥିଲା । ଆଜି ପତ୍ରିକା ରୁ ଉଦ୍ୟୋଗ । କୃଷି ପ୍ରତିଷ୍ଠାନ ଭାବେ ଓଡ଼ିଶାର ୧୫ ରୁ ଅଧିକ ଜିଲ୍ଲାରେ କାମ କରି ଅନେକ ଚାଷୀଙ୍କ ସହ ଯୋଡ଼ି ହୋଇ ପାରିଛି ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ।
ଜୈବିକ କୃଷିକୁ ପ୍ରୋତ୍ସାହନ କରିବା ସହ ଏହାକୁ ଏକ ସଫଳ ରୂପ ଦେବାରେ ଆମେ ସବୁବେଳେ କାର୍ଯ୍ୟ କରୁ। ମହିଳା ସଶକ୍ତିକରଣର ପରିଧି କୁ ନୂଆ ରୂପ ଦେଇଛି। ଆଜି ଆମେ ପତ୍ରିକା ରୁ କୃଷି ଷ୍ଟାର୍ଟ ଅପ୍ ରୂପେ ନୂଆ ପରିଚୟ ପାଇ ଅନେକ ଚାଷୀଙ୍କ ସହ ଯୋଡ଼ି ହୋଇ ବିଭିନ୍ନ କୃଷି ଭିତ୍ତିକ ସେବା ଯୋଗାଇବା ସହ ଏକ ଜୈବିକ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହୋଇଛୁ। ଆମ ସହ ହାତ ରେ ହାତ ମିଶାଇ ଆମକୁ ସାହସ ଦେଇଥିବା ପ୍ରତିଟି ବ୍ୟକ୍ତିଙ୍କ ପାଖେ ଚିର କୃତଜ୍ଞ।
