ଦିବ୍ୟାଙ୍ଗ ଟୁନିଙ୍କୁ ସଶକ୍ତ କରିଛି ଶ୍ରୀ ଅନ୍ନ ଅଭିଯାନ

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଡ଼ାଭାସପୁଟ ଗ୍ରାମର ବିବ୍ୟାଙ୍ଗ ଚାଷୀ ଟୁନି ଗାଲେଲ୍ ଜଣେ ସଫଳ ଚାଷୀ ଭାବେ ବିବେଚିତ ହୋଇଛନ୍ତି। ଜୀବନର ଅନେକ ସମସ୍ୟା ତାଙ୍କ ବାଟ ଓଗାଲିଛି କିନ୍ତୁ ଦିବ୍ୟାଙ୍ଗ ହୋଇ ମଧ୍ୟ ତାଙ୍କ ଅଦ୍ୟମ ପରିଶ୍ରମ, ଦୃଢ଼ ଇଚ୍ଛାଶକ୍ତି ଏବଂ କିଛି ଭିନ୍ନ କରି ଦେଖାଇବାର ଦୃଢ଼ ମନୋବଳ ତାଙ୍କୁ ଆଜି ସଫଳତା ଦେଇଛି ଏବଂ ସମସ୍ୟା ତାଙ୍କ ଆଗରେ ହାର ମାନିଛି। ଚାଷ କରିବାର ମନବୃତ୍ତି ଆଜି ଅନେକ ଚାଷୀ ତଥା ଯୁବକ, ମହିଳା, ଦିବ୍ୟାଙ୍ଗ ଓ ସ୍ୱଳ୍ପ ବୟସ୍କ ଯୁବକଙ୍କୁ ମଧ୍ୟ ସଫଳତା ହାସଲ କରିବାରେ ସାହାଯ୍ୟ କରିଛି। କେବଳ ଧାନ ଚାଷ ନୁହଁ ବରଂ ମାଣ୍ଡିଆ, ଫଳ, ପନିପରିବା, ମାଛ, ପଶୁପାଳନ ଏବଂ ଅନ୍ୟାନ୍ୟ ସାମଗ୍ରୀ ଚାଷ କରି ମଧ୍ୟ ସଫଳତା ପାଇପାରିଛନ୍ତି।

ଶ୍ରୀ ଅନ୍ନ ଅଭିଯାନ ତରଫରୁ ୨୦୨୦ ମସିହାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ଦିବ୍ୟାଙ୍ଗ ଚାଷୀ ଟୁନି ଗାଲେଲ ପୁଷ୍ଟିଶସ୍ୟ ଖାଦ୍ୟ ବିଷୟରେ ଅବଗତ ହୋଇଥିଲେ। ପରବର୍ତ୍ତୀ ସମୟରେ ଟୁନି ଶ୍ରୀ ପଦ୍ଧତିରେ ମାଣ୍ଡିଆ ଚାଷ କରିବା ଆରମ୍ଭ କରିଥିଲେ। ଯାହାଦ୍ୱାରା ପ୍ରତ୍ୟେକ ବର୍ଷ ଉତ୍ପାଦିତ ମଣ୍ଡିଆକୁ ନିଜର ଖାଦ୍ୟ ରୁପେ ବ୍ୟବହାର କରିବା ପରେ ବଳକା ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରି ଆର୍ଥିକ ଭାବେ ସ୍ୱଚ୍ଛଳ ହୋଇପାରିଛନ୍ତି। ନିଜର ଆବଶ୍ୟକତା ମେଣ୍ଟାଇବା ସହ ନିଜ ପରିବାରର ମଧ୍ୟ ଭରଣପୋଷଣ କରିପାରିଛନ୍ତି ଏବଂ ଜଣେ ଦିବ୍ୟାଙ୍ଗ ସଫଳ ମହିଳା ଚାଷୀ ଭାବେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସାଜିଛନ୍ତି।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×