ନିୟମଗିରି ସପୁରିର ଅଭାବୀ ବିକ୍ରି

0

ନିୟମଗିରି ପାହାଡ଼ର ଜଙ୍ଗଲ ଭିତରେ ରହୁଥିବା ଅନେକ ଆଦିବାସୀ ସଂପ୍ରଦାୟର ଲୋକମାନେ ସପୁରି ଚାଷକୁ ନିଜର ବୃତ୍ତି ଭାବୁଛନ୍ତି। ଏହି ଅଞ୍ଚଳରେ ଉତ୍ପାଦନ ହେଉଥିବା ସପୁରୀର ଚାହିଦା ଅଧିକ ରହିଥିଲେ ମଧ୍ୟ ଏହାର ଅଭାବୀ ବିକ୍ରି ପାଇଁ ଚାଷ କରୁଥିବା ଆଦିବାସୀ ଲୋକମାନେ ଉଚିତ୍ ମୂଲ୍ୟ ପାରୁନାହାନ୍ତି। ରାଜ୍ୟ ଏବଂ ରାଜ୍ୟ ବାହାରକୁ ମଧ୍ୟ ଏହାର ରପ୍ତାନି ରହିଛି। ଝରଣିଆ ଓ ଡଙ୍ଗରିଆ କନ୍ଧ ଆଦିବାସୀ ମାନେ ପାହାଡ଼ ଉପରେ କଷ୍ଟ କରି ସପୁରୀ ଚାଷ କରୁଛନ୍ତି, କିନ୍ତୁ ସେମାନେ ଏହାକୁ ବିକ୍ରି କରି ଉଚିତ୍ ମୂଲ୍ୟ ପାଇପାରୁନାହାନ୍ତି। ସେମାନଙ୍କ ଠାରୁ କିଣୁଥିବା ବେପାରୀ ମାନେ କମ୍ ଦରରେ କିଣି ଅଧିକ ବଜାର ମୂଲ୍ୟରେ ବିକ୍ରି କରି ଲାଭବାନ ହୋଇପାରୁଛନ୍ତି।

nano urea

ବ୍ୟବସାୟୀମାନେ ଆଦିବାସୀଙ୍କ ଉତ୍ପାଦିତ ସପୁରୀ ୫ ଟଙ୍କାରେ କିଣି ଚଢ଼ାଦରରେ ବିକ୍ରି କରି ଲାଭବାନ ହେଉଛନ୍ତି। ସେମାନେ ବଜାରରେ ୪୦ ରୁ ୯୦ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ବିକ୍ରି କରୁଛନ୍ତି। ଅଧିବାସୀମାନେ ଉତ୍ତମ ମୂଲ୍ୟ ନପାଇବାରୁ ନିଜର ପେଟ ପୋଷିବା ପାଇଁ ଅନେକ ବର୍ଷ ପୂର୍ବରୁ ବହୁ ସମସ୍ୟାରେ ସମ୍ମୁଖୀନ ହୋଇଆସୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସେମାନେ ସମୂହ ଭାବେ ୨୪ ବର୍ଷ ଧରି ସରକାରଙ୍କ ପାଖରେ ଅଭିଯୋଗ କରିଆସୁଛନ୍ତି। କିନ୍ତୁ ସରକାର ଏହି ଅଭିଯୋଗକୁ ନଜର ଦେଉନାହାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଲେ ବହୁ କଷ୍ଟ କରି ଆଦିବାସୀ ଚାଷୀମାନେ ଉତ୍ପାଦନ କରୁଥିବା ସପୁରୀର ଉତ୍ତମ ମୂଲ୍ୟ ପାଇ ଉପକୃତ ହୋଇପାରିବେ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Leave A Reply

Your email address will not be published.

6 + 7 =