ବିହନ ସଂରକ୍ଷଣ କରି ଉଦାହରଣ ସାଜିଛନ୍ତି ସିଡ୍ ଗାର୍ଲ୍ ହର୍ଷିତା ପ୍ରିୟଦର୍ଶିନୀ ବିଲୁପ୍ତପ୍ରାୟ ଦେଶୀ ବିହନ ଧାନ, ମାଣ୍ଡିଆ ଓ ସୁଆଁ ବିହନ ସଂଗ୍ରହ ଓ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢାଇବା ଉଦ୍ୟମରେ ମାତିଛନ୍ତି ଜଣେ ମହିଳା। ହଜିଯାଉଥିବା ବିଭିନ୍ନ ପ୍ରଜାତିର ଦେଶୀ ବିହନ ସଂଗ୍ରହ କରି ଚାଷୀଙ୍କ ପାଇଁ ସହଯୋଗର ହାତ ବଢାଇଛନ୍ତି। କୋରାପୁଟ ଜିଲ୍ଲାର ବୈପାରୀଗୁଡ଼ା ଗ୍ରାମର ହର୍ଷିତା ପ୍ରିୟଦର୍ଶିନୀ ପ୍ରଥମେ ପଦ୍ମଶ୍ରୀ କମଳା ପୂଜାରୀଙ୍କଠାରୁ ଅନୁପ୍ରାଣିତ ହୋଇ ବିଲୁପ୍ତପ୍ରାୟ ଦେଶୀ ବିହନ ସଂରକ୍ଷଣ କରିବା ଆରମ୍ଭ କରିଥିଲେ। ସେ ବର୍ତ୍ତମାନ ୧୮୦ ପ୍ରକାର ଦେଶୀ ଧାନ ଓ ୬୦ ପ୍ରକାର ମାଣ୍ଡିଆ ଏବଂ ୬ ପ୍ରକାରର ସୁଆଁ ବିହନ ସଂରକ୍ଷିତ କରି ରଖିଛନ୍ତି। ଚଳିତ ବର୍ଷ ସଂରକ୍ଷିତ ଧାନ ଓ ମାଣ୍ଡିଆରୁ ୬୦ ଜଣ ଚାଷୀଙ୍କୁ ଚାଷ ନିମନ୍ତେ ମାଗଣାରେ ବିହନ ଯୋଗାଇ ଦେଉଛନ୍ତି। ଆଜିକାଲି ବିହାନ ଉପଲବ୍ଧ ନ ହେଉଥିବାରୁ ଚାଷ କାମରୁ ନିବୃତ ରହୁଥିବା ଚାଷୀମାନଙ୍କ ପାଇଁ ଏହା ସହାୟକ ହେବ। ଆଗାମୀ ଦିନରେ ହର୍ଷିତା ପାଠ ପଢିବା ସହ ବିଲୁପ୍ତପ୍ରାୟ ଦେଶୀ କିସମ ବିହନ ସଂରକ୍ଷଣ ଦିଗରେ ଆହୁରି ଅଧିକରୁ ଅଧିକ କାର୍ଯ୍ୟ କରିବା ନେଇ ଆଶା ରଖିଛନ୍ତି। ଏତଦ୍ ବ୍ୟତୀତ ବିସ୍ମୃତ ଖାଦ୍ୟ ଶସ୍ୟର ବ୍ୟାପକତା ଦିଗରେ ସଚେତନତା ସୃଷ୍ଟି କରିବା ଦିଗରେ ମଧ୍ୟ କାର୍ଯ ଆରମ୍ଭ କରିଛନ୍ତି ବୋଲି ହର୍ଷିତା କହିଛନ୍ତି। ପ୍ରଥମ ବର୍ଷ ୨୦ ଜଣ ଚାଷୀ ମାଗଣା ଦେଶୀ ବିହନ ପ୍ରଦାନ କରିଥିଲେ। ଅମଳ ପରେ ବିହନ ନେଇଥିବା ଚାଷୀ ଦୁଇ ଗୁଣ ବିହନ ପ୍ରଦାନ କରିଥିଲେ। ଫଳରେ ସଫଳତାକୁ ଆଧାର କରି ବର୍ଷକୁ ବର୍ଷ ଏହାର ସଂରକ୍ଷିତ ପରିମାଣ ବଢ଼ିବାରେ ଲାଗିଛି। ସଫଳ ସ୍ୱର By Shyamala Subarna Last updated Dec 27, 2024 0 Share #baipariguda#Harshita Priyadarshini#indigenous seeds#koraput#padmashree Kamala Pujari