ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ କୃଷକଙ୍କୁ ଉତ୍ପାଦର ଉଚିତ ମୂଲ୍ୟ ଓ ଉତ୍ତମ ସୁବିଧା ଯୋଗାଇଦେବା ନେଇ ଧାର୍ଯ୍ୟ କରିଛି। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୮ ଟି ମଣ୍ଡିକୁ ମଡେଲ ମଣ୍ଡି ଭାବରେ ବିକଶିତ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର କୃଷକମାନେ ବିନା ମଧ୍ୟସ୍ଥିରେ ସିଧସଳଖ ଧାନ ବିକ୍ରୟର ସୁବିଧା ପାଇପାରିବେ ବୋଲି ସରକାର କହିଛନ୍ତି। ବହୁମୁଖି ଗୋଦାମ, ଶୀତଳ ଭଣ୍ଡାର, ମାନକ ମାପ ଯନ୍ତ୍ର, ବଜାର ମୂଲ୍ୟ ସୂଚନା ପ୍ରଣାଳୀ ଏବଂ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ କୃଷକଙ୍କ ଆୟ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। ରାଜ୍ୟର କୃଷକଙ୍କୁ ଆହୁରି ସଶକ୍ତ କରିବା ପାଇଁ ମାନ୍ୟବର ସରକାର ଦୃଢ଼ ପ୍ରତିଶ୍ରୁତି ନେଇଛନ୍ତି।
ଏତଦବ୍ୟତୀତ ସରକାରଙ୍କ ଦ୍ଵାରା ପ୍ରତ୍ୟେକ ମଣ୍ଡିରେ ରହିବ କୃଷକ ସୁବିଧା କେନ୍ଦ୍ର, ବିଶ୍ରାମ ଓ ପରିମଳ ସୁବିଧା ବ୍ୟବସ୍ଥା ସହ ମହିଳା ଚାଷୀଙ୍କ ନିମନ୍ତେ ସ୍ଵତନ୍ତ୍ର ଶିଶୁ ଯତ୍ନ କେନ୍ଦ୍ର ଓ ବିଶ୍ରମଗୃହ। ସମସ୍ତ ସୁବିଧାକୁ ଲକ୍ଷ୍ୟ କରି ୩୮ ଟି ମଡେଲ ମଣ୍ଡି ନିର୍ମାଣ ପାଇଁ ସମୁଦାୟ ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ଏହା ରାଜ୍ୟ ସରକାରଙ୍କ ଦ୍ଵାରା ଏକ ବହୁ ଉପଯୋଗୀ ପଦକ୍ଷେପ ବୋଲି ମନେ କରାଯାଉଛି। ବର୍ତ୍ତମାନ କୃଷକ ଉଭୟ ରାଜ୍ୟ ଓ ଦେଶ ପାଇଁ ମାର୍ଗଦର୍ଶକ ସାଜିଥିବାରୁ, ସରକାର ପ୍ରତ୍ୟେକ ପରିସ୍ଥିତିରେ କୃଷକଙ୍କ ଉନ୍ନତିରେ ଧ୍ୟାନ ଦେଉଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ