ଜାତୀୟ ପୁଷ୍ଟିଶସ୍ୟ କର୍ମଶାଳାରେ ସମ୍ମାନିତ ହୋଇଛନ୍ତି ରଜନୀକାନ୍ତ

       କଳାହାଣ୍ଡି ଜିଲ୍ଲାର ରଜନୀକାନ୍ତ ପୂର୍ବରୁ ତାଙ୍କ ବାପା, ଜେଜେଙ୍କଠାରୁ ମାଣ୍ଡିଆ ଚାଷ ଏବଂ ଏହାର ଉପକାରିତା ବିଷୟରେ ଶୁଣି ବର୍ତ୍ତମାନ, ଶ୍ରୀ ଅନ୍ନ ଅଭିଯାନର ପ୍ରୋତ୍ସାହନ ବଳରେ ଗତ ୨୦୧୭ ମସିହାରୁ ମାଣ୍ଡିଆ ଚାଷ କରିବା ଆରମ୍ଭ କରିଥିଲେ। ସେହି ସମୟରେ ମାଣ୍ଡିଆ ମଣ୍ଡି, ମାଣ୍ଡିଆର ଚାହିଦା ଏବଂ ପ୍ରୋତ୍ସାହନ ନ ଥିବାରୁ ସେମାନେ କମ୍ ପରିମାଣର ମାଣ୍ଡିଆ କେବଳ ନିଜ ଖାଦ୍ୟ ପରିମାଣରେ ଚାଷ କରୁଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ମାଣ୍ଡିଆ ଚାଷର ଚାହିଦା ଧୀରେ ଧୀରେ ବଢ଼ିବାକୁ ଲାଗିଲା ଏବଂ ପୁଷ୍ଟିଶସ୍ୟ ଖାଦ୍ୟ ବିଷୟରେ ଅଧିକ ଜାଣିବାକୁ ଲାଗିଲେ, ସେତେବେଳେ ରଜନୀକାନ୍ତ ମାଣ୍ଡିଆ ଚାଷର ପରିମାଣ ବୃଦ୍ଧି କରିବାରେ ଲାଗିଲେ। 

               ସମୟକ୍ରମେ ରଜନୀକାନ୍ତ ଶ୍ରୀ ଅନ୍ନ ଅଭିଯାନ ତରଫରୁ ତାଲିମ ପାଇ ଆଠଟି କିସମର ମାଣ୍ଡିଆ ଚାଷ କରିବା ଆରମ୍ଭ କଲେ, ଯଥା – ଧେଲକୋ ମାଣ୍ଡିଆ, ଇନ୍ଦ୍ରା, ଭାଲୁଗୁଡ଼ି, ଭୋଦୋ, ଲାଲସୁରୁ, ଧରଣୀ, ଅର୍ଜୁନ, ଭିଲ୍ ଇତ୍ୟାଦି। ଏହିପରି ବିଭିନ୍ନ ପ୍ରକାର ମାଣ୍ଡିଆ ଚାଷ କରି ସେ ଅନ୍ୟମାନଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। କେବଳ ବିଭିନ୍ନ କିସମର ମାଣ୍ଡିଆ ଚାଷ ନୁହଁ ବରଂ ବିହନ ସଂରକ୍ଷଣ ମଧ୍ୟ କରୁଛନ୍ତି ରଜନୀକାନ୍ତ। ଏସବୁ ଅକ୍ଲାନ୍ତ ପରିଶ୍ରମ ବଳରେ ସେ ୨୦୧୯ ମସିହାରେ ଭୁବନେଶ୍ୱର ସ୍ଥିତ କୃଷି ଭବନଠାରେ ଆୟୋଜିତ “ଜାତୀୟ ପୁଷ୍ଟିଶସ୍ୟ କର୍ମଶାଳା” ରେ ସଫଳ ମାଣ୍ଡିଆ ଚାଷୀ ଭାବେ ସମ୍ମାନିତ ହୋଇଛନ୍ତି।

ଉପସ୍ଥାପନା – ଦିବ୍ୟାଭାରତୀ ନାୟକ

Spread the love

Leave a Comment

Your email address will not be published. Required fields are marked *

Scroll to Top
×